ସଂଗଠନ ଭୁଷୁଡ଼ି ଭୁଷୁଡ଼ି ଯାଉଥିବା ବେଳେ ବି ପଦଯାତ୍ରା ପାଇଁ ପ୍ରତିଯୋଗିତା !
ବାଲେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି କିଏ ହେବ ଏହାକୁ ନେଇ ବେଶ ଛକାପଞ୍ଝା ଜାରି ରହିଥିବା ବେଳେ, ଗୋଟିଏ ଗୋଷ୍ଠୀ ନୂଆପଡ଼ା ନିର୍ବାଚନ ପ୍ରଚାରରେ ତ ଆଉ ଗୋଟିଏ ଗୋଷ୍ଠୀ ତୀର୍ଥ ସାରି ଆସି ପଦଯାତ୍ରା ପାଇଁ ପ୍ରତିଯୋଗିତାରେ ବ୍ୟସ୍ତ ! ତୃଣମୂଳ ସ୍ତରରେ କର୍ମୀଙ୍କୁ ଅଣଦେଖା ଦଳକୁ ଗତ ନିର୍ବାଚନରେ ମହଙ୍ଗା ପଡ଼ିଥିବା ବେଳେ, ଏବେ କର୍ମୀ କାହାର ହେବେ ଭାବି ଭାବି ଥକି ପଡ଼ିଥିବା ଲକ୍ଷ୍ୟ କରାଯାଉଛି।ରେମୁଣା ହେଉ ଅବା ସିମୁଳିଆ, ବାଲେଶ୍ୱର ସଦର ହେଉ ଅବା ଜଳେଶ୍ଵର ସବୁଠି ବିଜେଡିର ଗୋଷ୍ଠୀ କନ୍ଦଳ ବେଶ ଚର୍ଚ୍ଚିତ। ଉଭୟ ରେମୁଣା ଆଉ ବାଲେଶ୍ଵର ସଦରରେ ବିଜେଡ଼ି ଗତ ନିର୍ବାଚନରେ କର୍ମୀଙ୍କୁ ଅଣଦେଖା କରି କୋଡ଼ିଏ ହଜାର ଲେଖାଏଁ ଭୋଟ ହରାଇ ଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତା ପରେ ବି ଯାହା ଚର୍ଚ୍ଚା ଶୁଣିବାକୁ ମିଳୁଛି ନେତୃତ୍ୱ କୁ ନେଇ ପ୍ରତିଯୋଗିତା ଜାରି ରହିଥିବା ବେଳେ, ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଟି ଭିନ୍ନ ଭିନ୍ନ ଗୋଷ୍ଠୀର ପଦଯାତ୍ରା, ଯାହାକି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଯାହା ଚର୍ଚ୍ଚା ଶୁଣିବାକୁ ମିଳୁଛି, ଏହିଭଳି ୨୦୦୦ ମସିହାରେ ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ଥିଲାଯେ, ଆଜି ପର୍ଯ୍ୟନ୍ତ ସରକାର ଗଢ଼ିବା ଯେମିତି କଂଗ୍ରେସ ପାଇଁ ସ୍ୱପ୍ନ ହୋଇଯାଇଛି, ଆଗାମୀ ଦିନରେ ବିଜେଡ଼ି ନିଜର ଗୋଷ୍ଠୀ କନ୍ଦଳ ପାଇଁ ଅନିଶ୍ଚିତତା ଭିତରକୁ ଦିନକୁ ଦିନ ଠେଲି ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ତୃଣମୂଳ ସ୍ତରରେ କର୍ମୀଙ୍କ ସିଦ୍ଧାନ୍ତ ହିଁ ରହିବ ନିର୍ଣାୟକ ଭୂମିକା ଏ କଥାକୁ ଏଡ଼ାଇ ଦିଆଯାଇ ନପାରେ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ
