ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ।
ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଜୟବାହାଲ ଗାଁ ରେ ଆଜି ସନ୍ଧ୍ୟା ପ୍ରାୟ ୫ଘ.୩୦ମିନିଟ ସମୟରେ ଜୟବାହାଲ ଗ୍ରାମର ହିତେଶ କୁମାର ସଲମା ପି: କନ୍ଦର୍ପ ସଲମା ରୋଷେଇ ଗୃହରେ ଗ୍ୟାସ ସରିଯିବା ଫଳରେ ନୂତନ ଗ୍ୟାସ ସିଲିଣ୍ଡର ସଂଯୋଗ କରିବା ପାଇଁ ସିଲିଣ୍ଡରର ଠିପି ଖୋଲିବାଦ୍ୱାରା ରୋଷେଇ ଘର ଚୁଳିରେ ନିଆଁ ଜଳୁଥିବା କାରଣରୁ ନିଆଁଟି ଗ୍ୟାସ ସଂସ୍ପର୍ଶ ରେ ଆସି ରୋଷେଇ ଘର ଜଳଜୀଵା ସହ ଘରର ଛାତକୁ ମଧ୍ୟ ନିଆଁ ଲାଗି ଯାଇଥିଲା। ହିତେଶ ସଲମା,ସ୍ତ୍ରୀ,୩ ବର୍ଷର ଜଣେ ପୁଅ ଓ ୮ ବର୍ଷର ଜଣେ ଝିଅ ଗ୍ୟାସ ନିର୍ଗତ ହୋଇ ନିଆଁ ଜଳୁଥିବା ଦେଖି ପ୍ରାଣ ବଞ୍ଚାଇବା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ। ଜୀବନ ପ୍ରତି ବିପଦ ଟଳି ଯାଇଥିଲା ତାହା ଠିକ ହେଲେ ରୋଷେଇ ଘରେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି। ଏହି ବିଷରେ ଅଗ୍ନିସମ ବିଭାଗକୁ ସୂଚନା ଦିଆଯଇଥିଲା ହେଲେ ତାଙ୍କ ଆସିବା ପୂର୍ବରୁ ଗ୍ରାମର ସାହସୀ ଯୁବକମାନଙ୍କ ଜ୍ଞାନ କୌଶଳ ବଳରେ ନିଆଁକୁ ଆୟାତ୍ତକୁ ଆଣିଥିଲେ କିନ୍ତୁ ବାଲିରେ ପୋତି ଦେଇଥିବା ସିଲିଣ୍ଡରରୁ ଗ୍ୟାସ ବାହାରୁ ଥାଏ ।ଅଗ୍ନିଶମ ବିଭାଗ କର୍ମଚାରୀ ଆସି ବାଲିକୁ କାଢି ସିଲିଣ୍ଡରଟିକୁ ବାହାର କରିଥିଲେ ଓ ନିରାପଦ ସ୍ଥାନକୁ ନେଇ ସିଲିଣ୍ଡରକୁ ଠିକ୍ କରିଥିଲେ ।
ନୂଆପଡ଼ା ଜିଲ୍ଲା ଜୟବାହାଲ ରୁ କୀର୍ତ୍ତି ଚନ୍ଦ୍ର ନାଗ ଭଞ୍ଜଦୂତ ଖବର
