ମାସିକ ସାହିତ୍ୟ ଆସର।
ବ୍ରହ୍ମପୁର -ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଐତିହାସିକ ଗୌରବମୟ ଉତ୍କଳ ଆଶ୍ରମର ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି, ତଥା ପ୍ରାକ୍ତନ ଓଡ଼ିଆ ପ୍ରଧ୍ୟାପକ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତି । ଗାଳ୍ପିକ ହରିହର ଦାସଙ୍କଗଳ୍ପରେ ସାମାଜିକ ଚେତନା ସମ୍ପର୍କରେ ଆଲୋଚକ ଭାବେ ଇଂରାଜୀ ଅଧ୍ୟାପକ ଓ ସାହିତ୍ୟିକ ଡକ୍ଟର ପ୍ରଣବାନନ୍ଦ ପାଟଯୋଶୀ ଯୋଗଦାନ କରି ହରିହର ଦାଶଙ୍କ ଗଳ୍ପର କଥାବସ୍ତୁ ଚୟନ ଶବ୍ଦସଯୋଜନା ପରିବେଶ ବର୍ଣ୍ଣନା ଓ ସାମାଜିକ ବାସ୍ତବତା ଆଦି ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସ୍ବାଗତ ଭାଷଣ,ମଞ୍ଚ ସଞ୍ଚାଳନ ଓ ସଂସଦ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ ଅନୁଷ୍ଠାନ ର ପକ୍ଷରୁ ‘ଆଭାସ ଗଳ୍ପ” ପୁସ୍ତକ ପ୍ରକାଶ ପାଇଁ ପ୍ରସ୍ତୁତି ସମ୍ପର୍କରେ ଜଣାଇଥିଲେ।ସଂସଦର ସଭାପତି ଡ଼ଃ ପାଣିଗ୍ରାହୀ ନିଜସ୍ୱ ମତପ୍ରକାଶ କରିଥିଲେ। ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ଏଥିରେ ବସନ୍ତ ମିଶ୍ର, ବିଜୟ ଚନ୍ଦ୍ର ମିଶ୍ର, ବଂଶୀଧର ସେଠୀ ସୁବାସ ଚନ୍ଦ୍ର ପଣ୍ଡା,ସୈଦାମିନୀ ମିଶ୍ର, ମନୋଜ କୁମାର ପାଣିଗ୍ରାହୀ, ମନୀଷା ସାମନ୍ତ ସିଂହାର, ନରସିଂହ ଆଚାର୍ଯ୍ୟ,ପ୍ରମୋଦ କୁମାର ପଣ୍ଡା କବିତା ପଠନ କରିଥିଲେ । ବ୍ରଜେନ୍ଦ୍ର କୁମାର ଦାଶ ,ସଙ୍କର୍ଷଣ ସେଠି ଆଦି ସହଯୋଗ କରିଥିଲେ।୨୫ ରୁ ଉର୍ଦ୍ଧ୍ବ ସାରସ୍ବତ ପ୍ରେମୀ ଉପସ୍ଥିତ ରହି ସଭାକୁ ସଫଳ ରୂପାୟନ କରି ଥିଲେ।
ପରିଶେଷରେ ଭଞ୍ଜ ବିହାରର ଅବସରପ୍ରାପ୍ତ କିରାଣୀ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
