**ଉପ ନିର୍ବାଚନ କୁ ନେଇ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ କୋମନା ବ୍ଲକ ୧ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ଜୋରଦାର ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ଉପ ନିର୍ବାଚନ ନେଇ ପ୍ରଚାର ଉସ୍ମତା, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ କୋମନା ବ୍ଲକ ୧ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ପ୍ରଚାର କରିଛନ୍ତି। କୋମନା ଠାରେ ଅଗ୍ରେନ, ଗୋଇଜର, ରଘୁପାଲି, ଉଳଭା, ସୋଲବନ୍ଧ, ସନବାହାଲି, ରଜନା, ବେଳଗାଁ, ମାଠିଆପଦର, କାଳିମାଟି, ଢୋର୍ଲାମୁଣ୍ଡା, ଛତା, ଦେଓଦରହା, ଧଅରାଭଟା ଗାଁରେ ମାରାଥନ ପ୍ରଚାର କରିଛନ୍ତି । ଓଡିଶା ପ୍ରଭାରୀ ଅଜୟ ଲଲଲୁ, କୋରାପୁଟ ବିଧାୟକ ରାମଚନ୍ଦ୍ର କାଡ଼ମ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲେ, ରାଜଗାଙ୍ଗପୁର ବିଧାୟକ ଡ଼ ରାଜନ ଏକ୍କା, ପୂର୍ବତନ ସାଂସଦ କେନ୍ଦୁଝର ୟସ୍ବନ୍ତ ଲାଗୁରୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଯୋଗ ଦେଇ ନୂଆପଡ଼ା ୭ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ପ୍ରଚାର କରି ଲୋକଙ୍କୁ ଦଳୀୟ ପ୍ରାର୍ଥୀ, ମାଟି ର ନେତା ଘାସିରାମ ମାଝୀଙ୍କୁ ଭୋଟ ଦେବା ପାଇଁ ଲୋକେ ମନସ୍ତ କରିଛନ୍ତି ବୋଲି କହିଥିଲେ। ସେହିଆପ୍ରି ପିସିସି ଯୁବ ମୋର୍ଚ୍ଚା ରୁ ମଧ୍ୟ ବର୍ତ୍ତମାନ ନୂଆପଡ଼ା ଉପ ନିର୍ବାଚନ ରେ ପାର୍ଟି ନୁହଁ ମାଟି ର ମଣିଷ କୁ ଭୋଟ ଦେବେ କହିଛନ୍ତି। ମେଡିଆ ସେଲ ସଂଯୋଜକ ସୁଧୀର ମିଶ୍ର, ଷ୍ଟାର ପ୍ରଚାର ଅନିତା ବିଶ୍ବାଳ, କମଲ ତାଣ୍ଡି, ପୂର୍ବତନ ବ୍ଳକ ଅଧ୍ୟକ୍ଷା ସିଦ୍ଧେଶ୍ବରୀ ଠାକୁର, ସରୋଜିନୀ ମାଝି ପ୍ରମୁଖ ମଂଚସୀନ ଥିଲେ ।
