ପଲ୍ଲୀରେ ପ୍ରଶାସନ –
ବାଲେଶ୍ବର : ଆଜି ସୋରୋ ବ୍ଲକର ଅନନ୍ତପୁର ଗ୍ରାମରେ “ପଲ୍ଲୀରେ ପ୍ରଶାସନ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମବାସୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସାମୁହିକ ଉନ୍ନୟନ ସମ୍ପର୍କୀୟ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଉପରେ ଆଲୋଚନା କରି ସମାଧାନ ଖୋଜିବା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରି, ସେମାନଙ୍କ ଦାବି ଓ ପ୍ରସ୍ତାବଗୁଡିକ ଶୁଣିଥିଲେ। ଗ୍ରାମବାସୀମାନେ ଗାଁର ସଢ଼କ ଓ ଅନ୍ୟାନ୍ୟ ବିଷୟରେ ଦାବି ରଖିଥିଲେ।
ଜିଲ୍ଲାପାଳ ମହୋଦୟଙ୍କ ନିର୍ଦ୍ଦେଶନାନୁସାରେ ବିଡିଓ, ସୋର ଙ୍କୁ ଆବାସ ସମ୍ପର୍କୀୟ ଅଭିଯୋଗ ଓ ଦାବିଗୁଡ଼ିକ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆର୍ ଡି ଓ ଆର୍ ଏଣ୍ଡ ବି ବିଭାଗର ସିନିଅର ଇଞ୍ଜିନିୟରଙ୍କୁ ପ୍ରାସ୍ତାବିତ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକୁ ଗତିଶୀଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସିନିଅର ସିଟିଜେନ୍ ଙ୍କ ଦାବି ଓ ଅଭିଯୋଗଗୁଡ଼ିକୁ ପ୍ରାଥମିକତା ଦିଆଯାଇ ତାହାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଯୋଗ୍ୟ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଅନ୍ତର୍ଗତ ସହାୟତା ମଧ୍ୟ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଉପ ଜିଲ୍ଲାପାଳ ଶିବ ମାଲବ୍ୟ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଙ୍କ ସହ ବ୍ଲକ ଚେୟାରମେନ ଓ ସରପଞ୍ଚ ଉପସ୍ଥିତ ଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
