କୁଡୁମୀ ସେନା ପକ୍ଷରୁ ଅଷ୍ଟମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ପାଳିତ.******
(ନି ପ୍ର) ଝାରପୋଖରୀଆ ଗତକାଲି ସ୍ଥାନିୟ ବଡ ଚାଟରା, ଧାନଘେରି ପଡିଆ ରେ କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିର ସଂସ୍କୃତି ଓ ପରମ୍ପରା ବଞ୍ଚାଅ ଅଭିଯାନରେ ସାରସକଣା ବ୍ଲକ କୁଡୁମୀ ସେନା ପକ୍ଷରୁ ଅଷ୍ଟମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ୨୦୨୫ ରବିବାର ଅନୁଷ୍ଠିତ ହୋଇଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ସରକାରଙ୍କ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟଗ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀକାନ୍ତ ମାହୋତ, ମୁଖ୍ୟ ବକ୍ତା ଭାବେ ଝାଡ଼ଖଣ୍ଡ ରାଜ୍ୟର କୁଡୁମୀ ବିକାଶ ମୋର୍ଚ୍ଚା ସଭାପତି ଶୀତଲ ଆହେଦାର, ଏବଂ ପଶ୍ଚିମବଙ୍ଗ କୁଡୁମୀ ସମାଜ ର ସଭାପତି ରାଜେଶ ମାହାତୋ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଦ୍ଵାରା କୁଡୁମୀ ସମାଜ ମଧ୍ୟରେ ଏକତା ବଢିବ ବୋଲି କହିଥିଲେ , ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ କୁଡୁମୀ ସେନା ସଭାପତି ଲାଲ୍ଟୁ ମହାନ୍ତ, ଝାଡ଼ଖଣ୍ଡ ର ସମାଜ ସେବୀ ଗୁରୁଦେବ ମହାନ୍ତ,ଓମ୍ ପ୍ରକାଶ ମହାନ୍ତ, ଝାଡ଼ଖଣ୍ଡ କୁଡୁମୀ ମହିଳା ମୋର୍ଚ୍ଚା ସଭାପତି ପିଙ୍କି ମହାନ୍ତ, କୁଡୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଯୋଗ ଦେଇ ପୌରୋହିତ୍ୟ କରିଥିଲେ।
ଏହି ଅବସରରେ ଆୟୋଜିତ ଗୋରୁଖୁଣ୍ଟା, ଢେଙ୍ଗୁଆଁନ ଗୀତ ଓ ପାନ୍ତା ଝୁମର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହା ପରେ ଝୁମର ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରସକଣା କୁଡୁମୀ ସେନାର ସାଇରାମ ମହାନ୍ତ, ବିଶ୍ଵନାଥ ମହାନ୍ତ, କାହୁଁ ଚରଣ ମହାନ୍ତ, ଅଜିତ ମହାନ୍ତ, ପପୁ ମହାନ୍ତ , ସିତେଶ ମହାନ୍ତ, କୁବେର ମହାନ୍ତ, ପ୍ରଶାନ୍ତ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ।
କୁଡୁମୀ ମହିଳା ସେନାର ଗୀତାଞ୍ଜଳି ମହାନ୍ତ, ରିତାଞ୍ଜଳି ମହାନ୍ତ, ଶକୁନ୍ତଳା ମହାନ୍ତ , ଅଞ୍ଜନା ମହାନ୍ତ,ନିରୁପମା ମହାନ୍ତ, ପ୍ରମିଳା ମହାନ୍ତ, ଭାରତୀ ମହାନ୍ତ ରୋଜି ମହାନ୍ତ, ଶ୍ୟାମାଖୁଣ୍ଟା ବ୍ଲକ କୁଡୁମୀ ସେନାର ବିରେନ୍ଦ୍ର ମହାନ୍ତ, କ୍ଷୀରୋଦ ମହାନ୍ତ, ଘନ ମହାନ୍ତ, ଡମ୍ବରୁଧର ମହାନ୍ତ , ଦେବାଶିଷ ମହାନ୍ତ , ମାନଗୋବିନ୍ଦ ମହାନ୍ତ, ହେମନ୍ତ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ତା ସହିତ କୁଦୂମୀ ସେନା ରାଜ୍ୟ ସଭାପତି ଶ୍ରଯୁକ୍ତ ଜୟମୁନି ମହାନ୍ତ ବିଗତ ଦୁଇ ଦିନ ପୂର୍ବରୁ ସେ ବୈବାହିକ ଜୀବନ ଆରମ୍ଭ କରିଥିବା ରୁ ସମସ୍ତେ ଶୁଭେଛା ବାର୍ତ୍ତା ଜଣାଇ ଥିଲେ ସୂଚନା ରୁ ପ୍ରକାଶ ଯେ ରାଇରଙ୍ଗପୁର ର ଝିଅ ତଥା ବିଜେପି ଜିଲ୍ଲା ମହିଳା ସଭାନେତ୍ରୀଶ୍ରୀମତୀ ସନମସୁଭଲକ୍ଷ୍ମି ମହାନ୍ତ ଙ୍କୁ ବିବାହ କରିଛନ୍ତି ପରିଶେଶ ରେ ଝାଡ଼ଖଣ୍ଡ ରାଜ୍ୟର ଝୁମର ମେଲୋଡି ଦର୍ଶକଙ୍କୁ ବିଭୋର କରିଥିଲା,ଏହି ସଭାରେ ପ୍ରାୟ ଦଶ ହଜାର ଲୋକ ଙ୍କର ସମାଗମ ହୋଇଥିଲା, ଝାର ପୋଖରୀଆ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ୍ ଭଞ୍ଜଦୂତ୍ ଖବର
