ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ସଚେତନତା ପଦଯାତ୍ରା।
ଗୋପାଳପୁର- ସ୍ତନ କ୍ୟାନ୍ସର ସଚେତନତା ପାଇଁ ଗୋପାଳପୁର ବିଚ୍ରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନ ପଦ ଯାତ୍ରା ବ୍ରହ୍ମପୁର
ଓ ଗୋପାଳପୁର ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହଯୋଗରେ ଗୋପାଳପୁର ବିଚ୍ରେ ସ୍ତନ କ୍ୟାନ୍ସର ସଚେତନତା ପାଇଁ ପଦଯାତ୍ରା ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ଓ ପେଶାର ଲୋକମାନେ ଯୋଗ ଦେଇ ସ୍ତନ କ୍ୟାନ୍ସର ନିବାରଣ ସଚେତନତା ବଢାଇବାରେ ଏକତା ଦେଖାଇଲେ ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଠିକ ସମୟରେ ଯାଞ୍ଚ, ସ୍ଵୟଂ ପରୀକ୍ଷା ଓ ସଚେତନତା ଦ୍ୱାରା ସ୍ତନ କ୍ୟାନ୍ସରକୁ ପରାଜିତ କରାଯାଇପାରିବ । ଚିକିତ୍ସକ, କ୍ୟାନ୍ସର ସର୍ଭାଇଭର୍, ଛାତ୍ରଛାତ୍ରୀ ଓ ଅନେକ ସ୍ବେଛାସେବୀ ଓ ସେବାପ୍ରେମୀ ଏଥିରେ ସକ୍ରିୟ ଭାବେ ଯୋଗଦାନ କରିଥିଲେ।।ଏହି ପଦଯାତ୍ରା କୁ ଯାତ୍ରାକୁ ଡାକ୍ତର ସୁଚିତ୍ରା ଦାସ ଏମ. କେ . ସି. ଜି. ଚିକିତ୍ସାଳୟ ର ଅଧକ୍ଷ ଓ ଡିନ ଙ୍କକରକମଳରେ ପତାକା ଦେଖାଇ ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଗାମୀ ଦିନରେ ଏଚ ସି ଜି ପଣ୍ଡା କ୍ୟାନ୍ସର ଚିକିତ୍ସାଳୟ ବ୍ରହ୍ମପୁର ଠାରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ସ୍ଥାପନ କରିବା ପାଇଁ ଘୋଷଣା କରାଯାଇଥିଲା। । ଏହି ନୂଆ ହସ୍ପିଟାଲ୍ ଦ୍ୱାରାସମଗ୍ର ଦକ୍ଷିଣ ଓଡିଶା ଓ ପାର୍ଶ୍ଵ ବର୍ତ୍ତୀ ଅଞ୍ଚଳରେ ଥିବା କ୍ୟାନ୍ସର ରୋଗୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିପାରିବ।
ଏହି କାର୍ଯ୍ୟକ୍ରମରେ ଏଚ ସି ଜି ପ୍ରତିନିଧି ସି ଓ ଓ ଡାକ୍ତର ସୁନିତା ପାଢ଼ୀ ଙ୍କ ମତରେ, ସଂସ୍ଥା କ୍ୟାନ୍ସର ସେବାରେ ଆଧୁନିକ ଓ ପ୍ରଯୁକ୍ତି, ଦକ୍ଷ ଡାକ୍ତର ଓ କରୁଣାଭରା ସମର୍ଥନ ଦ୍ୱାରା ନିରନ୍ତର ନବୀକରଣରେ ସମର୍ପିତ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ରେ ଗର୍ବ ପ୍ରକାଶ କରାଗଲା ।ଫାଉଣ୍ଡେସନ ର ଅଧକ୍ଷ ଶ୍ରୀ ପି. ଧର୍ମା ରାଓ ଓ ଅନ୍ୟାନ ସଦସ୍ୟ ମିଶି ନାରୀ ଆରୋଗ୍ୟକୁ ପ୍ରାଥମିକତା ଦେବା ଓ ସଚେତନତା ପ୍ରସାରିତ କରିବାର ଶପଥ ନେଇଥିଲେ।
ଏଚ ସି ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ଭାରତୀୟ ସ୍ତରରେ ସବୁଠାରୁ ବଡ଼ ଓ ଅଗ୍ରଣୀ କ୍ୟାନ୍ସର ଚିକିତ୍ସା ସଂସ୍ଥା ରୂପେ ପରିଚିତ। ଯାହା ରୋଗୀକେନ୍ଦ୍ରିତ ଆଭିମୁଖ୍ୟ, ଆଧୁନିକ ଚିକିତ୍ସା ପ୍ରଣାଳୀ ଓ ବହୁମୁଖୀ ଓଙ୍କୋଲଜି ସେବା ପାଇଁ ପରିଚିତ ବୋଲି ଫାଉଣ୍ଡେସନ ର ଅଧକ୍ଷ ପି ଧର୍ମା ରାଓ ମତପ୍ରକାଶ କରିଥିଲେ।ଦେଶ କୁ ଯୋଡି ଏହାର ବିକାଶଶୀଳ ନେଟୱାର୍କ ମାଧ୍ୟମରେ ରୋଗୀମାନଙ୍କ ସୁଫଳ ଓ ସୁସ୍ଥ ଜୀବନ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ମ୍ୟାନେଜେର ସମୀର ମିଶ୍ରଓ ସଦାନନ୍ଦ ବିଶ୍ୱାଳ କହିଥିଲେ,। ଡାକ୍ତର ସୈକାନ୍ତ ଗୁପ୍ତା, ମେଡିକାଲ ସୁପରିଟେଣ୍ଡେଣ୍ଟ, ଫାଉଣ୍ଡେସନ ର ସମ୍ପାଦକ ଏସ ଚିଟିବାବୁ, ଆଇନଜୀବି ଗଣେଶ ପାତ୍ର, କିରଣ ପାତ୍ର, ପଦଯାତ୍ରାକୁ ସୁ ପରିଚାଳନା ରେ ସହଯୋଗ କରିଥିଲେ।
ବିଭିନ୍ନ ସମୟ ରେ ଜିଲ୍ଲା ଓ ରାଷ୍ଟ୍ର ରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ଜରିଆରେ ଗରିବଙ୍କୁ ଖାଦ୍ୟ ପେୟ ଦେବା,ସମସ୍ତ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଓ ସମାଜରେ ସଚେତନ କରାଇବା, ମାଗଣାଚକ୍ଷୁ ପରୀକ୍ଷା ଓ ପରଳ ଅସ୍ତ୍ରୋପଚାର, ମାଗଣା ଔଷଧ ପ୍ରଦାନ, ସାଂସ୍କୃତିକ ଉନ୍ନୟନ ଭଳି ଉତ୍ତମ କାର୍ଯ୍ୟକ୍ରମ କରିଆସୁଛି ଓ ଆଗାମୀ ଦିନରେ ଲୋକଙ୍କ ସହଯୋଗ ରେ ଏ ଭଳି କାର୍ଯ୍ୟକ୍ରମକୁ ଆହୁରି ଉତ୍ସାହର ସହ ଆଗେଇ ନେବ ବୋଲି ଏବଂ ସବୁ ସ୍ଥାନକୁ ସ୍ୱଛତା ରଖିବା ପାଇଁ ଜନସାଧାରଣ ଙ୍କୁ ପି ଧର୍ମା ରାଓ ଅନୁରୋଧ କରିଥିଲେ।ଅତିଥି ବୃନ୍ଦ ଙ୍କୁ ଉପଢ଼ୋକନ ଓ ପୁଷ୍ପ ଗୁଚ୍ଛ ସହିତ ମଞ୍ଚାସିନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ଲୋକନୃତ୍ୟ, ଭାରତ ନାଟ୍ୟମ, ବିହୁ ଭଳି ଅନେକ ଲୋକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ପରିଶେଷରେ ଏଚ ସି ଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ଡାକ୍ତର ଓ ଫାଉଣ୍ଡେସନ ର ଅଧକ୍ଷ ପି ଧର୍ମା ରାଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ଗୋପାଳପୁର ପୋଲିସ ଓ କଲେଜ ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁଶୃଙ୍ଖଳା ଗତ ସହଯୋଗ ପାଇଁ ସମୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
