*ନୂଆପଡା ଉପ ନିର୍ବାଚନ ସରଗରମ ଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ମଧ୍ୟ ବ୍ୟାପକ ଉଷ୍ମତା ଦେଖାଯାଉଛି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ସରଗରମ ଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ମଧ୍ୟ ବ୍ୟାପକ ଉଷ୍ମତା ଦେଖାଯାଉଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ନିର୍ବାଚନ ମଇଦାନ ରେ ଜୋର ଲାଗି ଥିବା ବେଳେ ଆଜି କୋମନା ବ୍ଲକ କୁରେଶ୍ୱରେ, ଜଡ଼ାମୁଣ୍ଡା, ବୁଦ୍ଧିକୋମନା ଏବଂ ଭେଳା ଗ୍ରାମପଞ୍ଚାୟତ ରେ ଭୋଟର ଙ୍କୁ ସାକ୍ଷାତ କରି ଭୋଟ ଭିକ୍ଷା କରିଛନ୍ତି। ଭୋଟର ଙ୍କ ମଧ୍ୟରେ ଅଜବ ଉତ୍ସାହ ଥିବା ବେଳେ ସମର୍ଥନ ପାଇ ବିଜୟ ସୁନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ଗ୍ରାମ ରେ ବିଶେଷ କରି ମହିଳା ମାନେ ବିପୁଳ ସମର୍ଥନ ଜଣାଇଛନ୍ତି। ଏହା ଭୋଟ ରେ ପରିବର୍ତ୍ତନ ହେଲେ ବିଜୟ ସୁନିଶ୍ଚିତ ଅଟେ।
