ଫୁଲଟା କ୍ଲଷ୍ଟରରେ ଉଲ୍ଲାସ ପରୀକ୍ଷା ଦେଲେ ୨୨୭ପରୀକ୍ଷାର୍ଥୀ।
—————————————-
ବ୍ରହ୍ମପୁର -ଭାରତ ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ସାରା ଓଡିଶା ରେ ୧୫ ରୁ ୩୫ ବର୍ଷ ର ନିରକ୍ଷର ବ୍ୟକ୍ତି ଙ୍କୁ ନେଇ ଉଲ୍ଲାସ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି,।ଏଥିରେ ରଙ୍ଗେଈଲୁଣ୍ଡା ବ୍ଲକ ର ଫୁଲଟା କ୍ଲଷ୍ଟର ର ୨୨୭ ଜଣ ପରୀକ୍ଷାର୍ଥୀ ଫୁଲଟା କ୍ଲଷ୍ଟର ର ବିଭିନ୍ନ ପରୀକ୍ଷା କେନ୍ଦ୍ର ରେ ପରୀକ୍ଷା ଦେଇଥିଲେ,।
ପୂର୍ବ ରୁ ଶିକ୍ଷା ବିଭାଗ ତରଫରୁ ଉଲ୍ଲାସ ବହି ସମସ୍ତ ପରୀକ୍ଷାର୍ଥୀ ଙ୍କୁ ଯୋଗାଇ ଦିଆଯାଇଥିବା ବ୍ଲକ ର ନୋଡାଲ ଅଧିକାରୀ ଶ୍ରୀ ଜଗନ୍ନାଥ ଭୂୟାଁ ଙ୍କ ଠାରୁ ପ୍ରକାଶ ପାଇଛି।
ଆଜିର ପରୀକ୍ଷା ରେ ସର୍ବ ମୋଟ ୫୦ମାର୍କ ପରୀକ୍ଷା ହୋଇଥିଲା।
ପରୀକ୍ଷା ଶାନ୍ତି ଶୃଙ୍ଖଳା ଭାବେ ସମାପ୍ତ ହୋଇଛି ବୋଲି କ୍ଲଷ୍ଟର ର ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିବେକାନନ୍ଦ ସାମନ୍ତରାୟ କହିଛନ୍ତି।
ବି ଆର ସି ସି ଜଗନ୍ନାଥ ଭୂୟାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୌଞ୍ଜୁ ଓ ପ୍ରାଥମିକ ବିଦ୍ୟାଳୟ ଅରୁଆପଲ୍ଲୀ ପରିଦର୍ଶନ କରିଥିଲେ।
ଏହି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷାର୍ଥୀ ଙ୍କ ମନ ରେ ସାକ୍ଷରତା ର ଉଲ୍ଲାସ ଭରିଦେଇଛି।
କ୍ଲଷ୍ଟର ର ୧୧ଗୋଟି ପରୀକ୍ଷା କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।
