ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୧୦ ୱାର୍ଡ ସଭ୍ୟ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ-ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ପ୍ରସ୍ତାବ ଆଣିଛନ୍ତି ୧୦ ୱାର୍ଡ ସଭ୍ୟ।ପଞ୍ଚାୟତର ସମୁଦାୟ ୧୩ ୱାର୍ଡରୁ ୧୦ଜଣ ୱାର୍ଡ ସଭ୍ୟ ସରପଞ୍ଚଙ୍କ ବି ବିରୋଧରେ ଅନାସ୍ଥା ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।ୱାର୍ଡ ସଭ୍ୟ ସଭ୍ୟାମାନେ ଗ୍ରାମର ସ୍ବହ୍ମେଶ୍ବର ଶିବ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ନାଏବ ସରପଞ୍ଚ ରଞ୍ଜିତା ବେହେରାଙ୍କ ସଭପତିତ୍ବ ରେ ବୈଠକ ହୋଇଥିଲା। ସରପଞ୍ଚ କୁନି ନାୟକ ଙ୍କ ପଞ୍ଚାୟତର ବାର୍ଷିକ ଆୟବ୍ୟୟ ବୈଠକରେ ଅନୁମୋଦନ ନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ କୌଣସି ବୈଠକ କରୁ ନ ଥିବା ଅଭିଯୋଗ କରିଛନ୍ତି। ବୈଠକ ସମ୍ପର୍କରେ ୱାର୍ଡ ସଭ୍ୟସଭ୍ୟାଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉ
ନ ଥିବା ବେଳେ କୌଣସି କାର୍ଯ୍ୟ ସରକାରଙ୍କ ନିୟମ ଅନୁସାରେ ହେଉନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା | ସରପଞ୍ଚଙ୍କ ଏପରି ମନମୁଖି କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ୬ନଂ ୱାର୍ଡ ସଭ୍ୟା ବିନୀତା ବେହେରା ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ୱାର୍ଡସଭ୍ୟ ରାକ୍ଷୀ ମହାରଣା,ରାଜଲକ୍ଷ୍ମୀ ମହାରଣା, ପଦ୍ମିନୀ ମହାରଣା, କୃତୀବାସ ବେହେରା, ମମତା ନାଏକ, ରଶ୍ମିତା ନାଏକ, ମମତା ନାଏକ, ସନ୍ତୋଷ ନାଏକ, ଜ୍ୟୋତ୍ସ୍ନା ଦଳେଇ ପ୍ରମୁଖ ଦଶ ଜଣ ଉପସ୍ଥିତ ଥିଲେ | ପରେ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି I
