*ଆସନ୍ତା ଅକ୍ଟୋବର 30 ରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଗୋଶାଳା ରେ ଗୋଷ୍ଟାଷ୍ଟମୀ ପାଳନ, ବ୍ୟାପକ ପ୍ରସ୍ତୁତି*
ତାଳଚେର :ପବିତ୍ର ଗୋଷ୍ଟାଷ୍ଟମୀ ଆସନ୍ତା ଅକ୍ଟୋବର 30 ରେ ତାଳଚେର ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ଗୋଶାଳା ରେ ପାଳନ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି |ଏ ଉପଲକ୍ଷେ ଆଜି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଗୋଷ୍ଟାଷ୍ଟମୀ ଦିନ ସକାଳେ ଏକ ଯଜ୍ଞ ର ଆୟୋଜନ କରାଯିବ, ପରେ ନାମ ସଂକୀର୍ତନ, ଗୋ ପୂଜନ ର କାର୍ଯ୍ୟକ୍ରମ ରହିଛି |ବ୍ରହ୍ମଚାରୀ ସଚ୍ଚିଦାନନ୍ଦ ସରସ୍ବତୀ ମହାରାଜ, ଏବଂ ପଣ୍ଡିତ ମାତୃପ୍ରସାଦ ମିଶ୍ର ଙ୍କର ପ୍ରବଚନ କାର୍ଯ୍ୟକ୍ରମ ରହିଛି |ପରେ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଛି |ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କର ତାଳଚେର ଶାଖା ର ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ଉକ୍ତ ଗୋ ପୂଜନ ତଥା ଗୋଷ୍ଟାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ ହେବ |ତାଳଚେର ବ୍ଲକ ଘଣ୍ଟପଡା ପଂଚାୟତ ର ବାଘମରା ଗ୍ରାମରେ ଥିବା ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହେବ |ଆଜି ଶୁକ୍ରବାର ପ୍ରସ୍ତୁତି ବୈଠକ ରେ ଶଙ୍କରାଚାର୍ଯ୍ୟ ଙ୍କ ସେବା ସଚିବ ବରୁଣ କୁମାର ସାହୁ, ପର୍ଶୁରାମ ବାରିକ, ଡ଼ଃ ସଂଜୀବ ରାଉତ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଜିଲ୍ଲା ସହ କାର୍ଯ୍ୟବାହ ବାବୁଲି ସାମଲ, ମାୟାଧର ସାହୁ, ଆଦିତ୍ୟ ବାହିନୀ ର ଜ୍ୟୋତିର୍ମୟ ରଥ, ଶୋଭାକାନ୍ତ (ରିଙ୍କୁ )ଦାସ, ବିଜୟ କୁମାର ସାହୁ, ମିଲୁ ସାହୁ, ଦନାର ସାହୁ, ଇଲୁ ସାହୁ, ଖଇରା ପ୍ରଧାନ, ଅମିତ କୁମାର ଦାସ, ମଦନ ସୁନ୍ଦର ପ୍ରଧାନ, ବବଲୁ ସାହୁ, ସତୀଶ ସାହୁ ଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ |ଉକ୍ତ ଗୋ ପୂଜନ କାର୍ଯ୍ୟକ୍ରମ ହଜାର ହଜାର ସଂଖାରେ ଜନ ସାଧାରଣ ଓ ଗୋ ସେବକ ଯୋଗ ଦେବାକୁ ନିବେଦନ କରାଯାଇଛି |
