*ଷଷ୍ଠ ରାଜ୍ୟସ୍ତରୀୟ କୁଆନ୍ କିଡୋ ପ୍ରତିଯୋଗିତାରେ କଳାହାଣ୍ଡି ସାଓଲିନ୍ କୁଙ୍ଗ-ଫୁ ମାର୍ଶିଆଲ ଆର୍ଟସ ଏକାଡେମୀ ଦଳର କୃତିତ୍ୱ*
ଭବାନୀପାଟଣା, ( )- କଳାହାଣ୍ଡି ସାଓଲିନ୍ କୁଙ୍ଗ-ଫୁ ମାର୍ଶିଆଲ ଆର୍ଟସ ଏକାଡେମୀର ଏକ ୨୩ ଜଣିଆ ପ୍ରତିନିଧି ଦଳ କଟକର ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ କୁଆନ୍ କିଡୋ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱର ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅକ୍ଟୋବର ୧୮ ଓ ୧୯ ତାରିଖ ଅନୁଷ୍ଠିତ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ପ୍ରତିଯୋଗି ଭାଗ ନେଇଥିବାବେଳେ କଳାହାଣ୍ଡିର ୨୩ ଜଣ ପ୍ରତିଯୋଗୀ ବିଭିନ୍ନ ଓଜନ ଓ ବୟସ ବିଭାଗରେ ଭାଗନେଇ ସ୍ପେରିଂ ଇଭେଣ୍ଟରେ ଉଭୟ ଫୁଲ୍କଣ୍ଟାକ୍ଟ ଓ ସେମିକଣ୍ଟାକ୍ଟରେ ଭଲ ପ୍ରଦର୍ଶନ କରି ସର୍ବମୋଟ ୩୪ ଟି ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭବାନୀପାଟଣା କୁଙ୍ଗ-ଫୁ ଶାଖାର ଦେବାଶିଷ ରାଉଳ ଓ ଚୁଡାମଣୀ ତାଣ୍ଡି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କେସିଙ୍ଗା ଶାଖାର ସୁମନ ଦୁର୍ଗା, ସନୟ ପ୍ରଧାନ, ଆଶିଷ କରୁଆଁ, ଦିବ୍ୟାଂଶି ସୁନା, ତନିସା ମାଝୀ, ଆୟୁଷ କୁମାର ହେର୍ଣ୍ଣା, ତାପସ କୁମାର ମିଶ୍ର, କଲ୍ୟାଣୀ ପ୍ରଧାନ ପ୍ରମୁଖ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଭବାନୀପାଟଣା ଶାଖାର ତୁଶିତ ତାଣ୍ଡି, ପ୍ରିତମ ନିଆଲ, ସିମାଞ୍ଚଳ କରୁଆଁ, ୟସରାଜ ବେହେରା ରୌପ୍ୟପଦକ ପାଇଥିବା ବେଳେ କେସିଙ୍ଗା ଶାଖାର ଆଙ୍କାକ୍ଷା ଦାସ, କ୍ଷୀତିଶ ହରପାଲ, ପ୍ରିୟଙ୍କା ଗଉଡ, ବବ୍ଲୁ ମାଝୀ, ଓମ୍ ସାହୁ, ସ୍ୱୟଂସାସ୍ୱତ ସିଂ, ଅଞ୍ଜଳି ମିଶ୍ର, ବିଭୁତି ମଲ୍ଲିକ ପ୍ରମୁଖ ରୌପ୍ୟ ପଦକ ପାଇଛନ୍ତି। ଭବାନୀପାଟଣା ଶାଖାର ଚାହତ ବାଗ କାଂଶ୍ୟ ପଦକ ହାସଲ କରିଥିବା ବେଳେ କେସିଙ୍ଗା ପ୍ରାନ୍ତର ତ୍ରିଶା ଦାଶ, ନାଂଶି ସୁନା, ଆରୁସି ସାଇନି, ଚନ୍ଦନ ସାହୁ, ବିଭୁତି ମଲ୍ଲିକ, ଅନିଲ କୁମାର ନାଏକ, ଅନନ୍ୟା ଅପରାଜିତା, ଦୀପକ ମିଶ୍ର, ମୁଷ୍କାନ ମିଶ୍ର ପ୍ରମୁଖ କାଂଶ୍ୟ ପଦକ ହାସଲ କରି କଳାହାଣ୍ଡି ପ୍ରତି ଗୌରବ ଆଣିଛନ୍ତି। ଡେପୁଟି ଗ୍ରାଣ୍ଡ ମାଷ୍ଟର ଡି. କିଶୋର ଓ ସାଓଲିନ୍ କୁଙ୍ଗ-ଫୁର ଓଡିଶା ମୁଖ୍ୟ ଛବିଲାଲ ନିଆଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିମାନଙ୍କୁ ସଠିକ୍ ପ୍ରଶିକ୍ଷଣ ଦିଆଯାଇ ଯେକୌଣସି ସାମରିକ କଳା ଓ ଯେକୌଣସି ବେଲ୍ଟଧାରୀ ପ୍ରତିଯୋଗୀଙ୍କୁ ପ୍ରତିହତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଯାଇଥିଲା। ଭବାନୀପାଟଣା ଶାଖାର ପ୍ରଶିକ୍ଷକ ବୀଜୟ ତାଣ୍ଡି ଏବଂ କେସିଙ୍ଗା ଶାଖାର ପ୍ରଶିକ୍ଷକ ଟଲଷ୍ଟୟ ଦୁର୍ଗାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିଯୋଗୀ ଦଳକୁ ରାଜ୍ୟସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଇଥିଲା। ଆଜି ସକାଳୁ ଉଭୟ ଶାଖାର ଛାତ୍ରଛାତ୍ରୀମାନଙ୍କୁ ଅଭିଭାବକ ଓ ଅନ୍ୟାନ୍ୟ ବୁଦ୍ଧିଜିବୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
