ପନିଖି ରେ ହତ୍ୟା ଉଦ୍ୟମ , ଯୁବକ ଗୁରୁତର
ଜଣେ ଗିରଫ , କୋର୍ଟ ଚାଲାଣ
ପରଜଙ୍ଗ ,,,,ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ଅଧୀନ ଚାନ୍ଦପୁର ପଞ୍ଚାୟତ ଖଇରପଶି ଗ୍ରାମର ଅକ୍ଷୟ ବେହେରାଙ୍କ ପୁଅ ଶ୍ରୀଧର ବେହେରା ଙ୍କୁ ଗତ ୧୬/୧୦/୨୦୨୫ ତାରିଖ ଦିନ ସେହି ଗ୍ରାମର କାବୁଲି ବେହେରା ଙ୍କ ପୁଅ ଟୁକୁନା ବେହେରା ପନିଖିରେ ବେକ କୁ ହାଣି ହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ପୂର୍ବ ଶତ୍ରୁତା ରୁ ଟୁକୁନା ଏଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି। ଆକ୍ରମଣ ସମୟରେ ଶ୍ରୀଧରଙ୍କ ପରିବାର ଲୋକ ରୋକିବାକୁ ଯାଇ ମଧ୍ୟ କ୍ଷତାକ୍ତ ହୋଇଥିବା ଜଣାପଡିଛି। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନା କୁ ନେଇଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ହେତୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ଏ ନେଇ ଶ୍ରୀଧର ଙ୍କ ପରିବାର ଲୋକେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପରେ ସାନ୍ଦା ଫାଣ୍ଡି ଅଧିକାରୀ ଜୋସେଫ ପଟ୍ଟନାୟକ ଟୁକୁନା କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛନ୍ତି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
