*ନୂଆପଡା ଉପ ନିର୍ବାଚନ ରେ ନାମାଙ୍କନ ଦାଖଲ ର ଶେଷ ତାରିଖ, ଆଜି ୩ ପ୍ରମୁଖ ରାଜନୀତି ଦଳର ୩ ପ୍ରାର୍ଥୀ, ସହ ୪ ଜଣ ସ୍ବାଧୀନ ଏବଂ ସମାଜବାଦୀ ପାର୍ଟି, ବହୁ ଜନ ମୁକ୍ତି ପାର୍ଟି ରୁ ୧ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ନାମାଙ୍କନ ଦାଖଲ ର ଶେଷ ତାରିଖ, ଆଜି ୩ ପ୍ରମୁଖ ରାଜନୀତି ଦଳର ୩ ପ୍ରାର୍ଥୀ, ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ହ୍ନେହାଙ୍ଗିନି ଛୁରିଆ ନିଜ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ୍ ପାର୍ଟି ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ୧୮ ତାରିଖ ଦିନ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ଦୁଇ ଗୋଟି ଅତିରିକ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଗତ ୧୮ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରି ଆଜି ଅତିରିକ୍ତ ଦୁଇ ଗୋଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୪ ଜଣ ସ୍ବାଧୀନ ପ୍ରାର୍ଥୀ ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ରୂପେ ଅବସର ପ୍ରାପ୍ତ ସେନା କର୍ମଚାରୀ ଇ.ଚକ୍ରାନ୍ତ ଜେନା , ସ୍ବାଧୀନ ପ୍ରାର୍ଥୀ ରୂପେ ଯୁବକ କମଳା କୁମାର ଛତ୍ରିଆ, ସ୍ବାଧୀନ ପ୍ରାର୍ଥୀ ରୂପେ ଆଇନଜୀବୀ ନୀତା ବାଗ, ସ୍ବାଧୀନ ପ୍ରାର୍ଥୀ ରୂପେ ଭକ୍ତବନ୍ଧୁ ଧରୁଆ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀ ବହୁଜନ ମୁକ୍ତି ପାର୍ଟି ଆଇନଜୀବୀ ହେମନ୍ତ ତାଣ୍ଡି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
