ଜିଲ୍ଲା ସ୍ତରୀୟ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ …ବୌଦ୍ଧ ସଦଭାବନା ଗୃହରେ ପାଳନ କରା ଯାଇଅଛି l
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଓ ଉପ ଜିଲ୍ଲlପାଳ ବିନୟ କୁମାର ଭୋଇ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏଥି ସହିତ ସମସ୍ତ ଅଧିକାରୀ ତଥା ପ୍ରୋଗ୍ରାମ ଅଧିକାରୀ ରୀନା ମହାନ୍ତି ମେଡିକାଲ ଅଫିସର ଡକ୍ଟର ହେମ୍ବ୍ରମ, ଆସିସଷ୍ଟାଣ୍ଟ ହୋର୍ଟି କୋଲଚର ଅଫିସର ପୂଜା ବାରିକ ଉପ ଖଣ୍ଡ ପ୍ରୋଗ୍ରାମ ଅଧିକାରୀ ଗୀତାଞ୍ଜଳି ଦଲାଲ ସୁରକ୍ଷା ଅଧିକାରୀ ସନ୍ତୋଷିନୀ ଭୋଇ ସମସ୍ତ ଶିଶୁ ବିକାଶ ଅଧିକାରୀ ଡିପି ସି ମିଶନ ଶକ୍ତି, ଡିପିସି ମମତା, ଡିପିସି ପୋଷଣ, ସମସ୍ତ ସେକଟର ସୁପର ଭାଇଜର, ଅଙ୍ଗନୱାଡି କର୍ମୀ, ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ମହାବୀର ଦାଶକାଠିଆ ଦଳ, ବୌଦ୍ଧର କଳାକାର ମାନଙ୍କ ଦ୍ୱାରା ପୋଷଣ କାର୍ଯ୍ୟକ୍ରମ ବିଷୟରେ ଜନ ସଚେତନତା କରିଥିଲେ l ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା l ପରିଶେଷରେ ସମସଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇ ଥିଲା l
