କ୍ଲଷ୍ଟର ସ୍ତରୀୟ “ଶିଶୁ ସୁରଭି” ମହୋତ୍ସବ
ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ
ଡେଲାଙ୍ଗ,୧୩ା୧୦-: ଡେଲାଙ୍ଗ ବ୍ଲକ ଅଧୀନ ମାଛପଡା ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ “ଶିଶୁ ସୁରଭି” ମହୋତ୍ସବ ଗୁଆଳିପଡାସ୍ଥିତ ଚଣ୍ଡେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରସାଦିନୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଶତୃଘ୍ନ ବେହେରା, ସମ୍ମାନୀତ ଅତିଥି ଭାବେ ବ୍ଲକ ସହ ଶିକ୍ଷାଧିକାରିଣୀ ସଂଯୁକ୍ତା ମିଶ୍ର, ସାଧନକେନ୍ଦ୍ର ସଂଯୋଜକ ଜଗନ୍ନାଥ ପରିଡା, ପବିତ୍ର ପଣ୍ଡା, ବେରବୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାମିନିପ୍ରଭା ବେହେରା, ଶିକ୍ଷୟିତ୍ରୀ ମମତା ମଞ୍ଜରୀ ପ୍ରଧାନ, ପ୍ରତିମା ପ୍ରଧାନ, ଗୀତାରାଣୀ ସେଠୀ, ଶିକ୍ଷକ ଶରତ କୁଅଁର ପ୍ରମୁଖ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ସାଧାରଣଜ୍ଞାନ, ଚିତ୍ରାଙ୍କନ, ତର୍କ, ହସ୍ତାକ୍ଷର, ହସ୍ତକଳା, ସଂଗୀତ, ପ୍ରଧାନମନ୍ତ୍ରୀ ପୋଷଣ କଳା ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ୍ ଶ୍ରୀଧର ପ୍ରଧାନ, ଶିକ୍ଷକ ସତ୍ୟକାମ ମହାପାତ୍ର, ଲକ୍ଷ୍ମୀନାରାୟଣ ଜେନା, ମନୋରଞ୍ଜନ ଜେନା, ଜାମିନିକାନ୍ତ ନାୟକ ପ୍ରମୁଖ ବିଚାରକ ମଣ୍ଡଳି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ପ୍ରତିଭାର ମୂଲ୍ୟାଙ୍କନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଆଶିଷପତ୍ର ପ୍ରଦାନ କରାଯାଇଥିବା ବେଳେ ବ୍ଲକ ସ୍ତରକୁ ଉତିନ୍ନ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇଥିଲା । ଶିକ୍ଷକ ଦିଲ୍ଲୀପ୍ କୁମାର ନାୟକ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷାବିତ୍ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
