*ନୂଆପଡ଼ା ଉପ ନିର୍ବାଚନ,*
*ଆଦିବାସୀ ନେତା, ପରାଜୟ ର ସମ୍ରାଟ, ଦୀର୍ଘ ୫ ଥର ନିର୍ବାଚନ ମଇଦାନ ରେ ଅବତରଣ ପରେ ମଧ୍ୟ ସେହି ଉତ୍ସାହରେ ବିଜୟ ୧୦୦୦% ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ଆଦିବାସୀ ନେତା, ପରାଜୟ ର ସମ୍ରାଟ, ଦୀର୍ଘ ୫ ଥର ନିର୍ବାଚନ ମଇଦାନ ରେ ଅବତରଣ ପରେ ମଧ୍ୟ ସେହି ଉତ୍ସାହ। ଆଶା ଓ ନ୍ୟାୟ ମାଗିବାର ପ୍ରୟାସ। କେବେ ସ୍ବାଧୀନ ତ କେବେ ଜାତୀୟ କଂଗ୍ରେସ, ବହୁଜନ ସମାଜ ପାର୍ଟି , ବିଭିନ୍ନ ଦଳର ପ୍ରାର୍ଥୀ ଭାବରେ ପାଞ୍ଚ ଗୋଟି ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରିଛନ୍ତି।୨୦୦୯ ମସିହାରେ ବହୁଜନ ସମାଜବାର୍ଦି ପାର୍ଟି ରୁ ତୃତୀୟ ସ୍ଥାନ ରହିଥିଲେ। ସେ ୧୭୮୨୩ ଖଣ୍ଡ ଭୋଟ ପାଇଥିଲେ ୧୩.୦୪ ପ୍ରତିଶତ ଭୋଟ ପାଇଥିଲେ। ସେହିପରି ୨୦୧୪ ମସିହାରେ ଜାତୀୟ କଂଗ୍ରେସ ରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନ ରହିଥିବା ବେଳେ ୩୯୬୫୪ ଖଣ୍ଡ ଭୋଟ ପାଇ ୨୫.୦୯% ପ୍ରତିଶତ। ୨୦୧୯ ନିର୍ବାଚନ ରେ ଜାତୀୟ କଂଗ୍ରେସ ରେ ତୃତୀୟ ସ୍ଥାନ ରହି ୪୫୩୧୭ ଖଣ୍ଡ ଭୋଟ ପାଇ ଭୋଟ ପ୍ରତିଶତ ବୃଦ୍ଧି ହୋଇ ୨୭.୪୪ % ରହିଥିଲା। ୨୦୨୪ ନିର୍ବାଚନ ରେ ସ୍ବାଧୀନ ପ୍ରାର୍ଥୀ ରୂପେ ଦ୍ଵିତୀୟ ସ୍ଥାନ ରହି ୫୦୯୪୧ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନ ରେ କ୍ରମାଗତ ଭାବରେ ତାଙ୍କ ଭୋଟ ପ୍ରତିଶତ ବୃଦ୍ଧି ହେଉଅଛି। କୁରୁମ ପୁରୀ ଠାରେ ଏକ ହୋଟେଲ ରେ ଜଳଖିଆ କରୁଥିବା ବେଳେ ସାମ୍ବାଦିକ ବନ୍ଧୁ ଘେରି ପକାଇ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଥିଲେ।ଉତ୍ତର ଅତି ଶାନ୍ତ ଓ ନିର୍ମଳ ଭାବରେ ୧୦୦୦% ବିଜୟ ପ୍ରକାଶ ,
