ଚୋର ସନ୍ଦେହ ରେ ଯୁବକ ଅଟକ।
ସୋର: ନିପ୍ର::: ସୋର ପୌର ପାଳିକା ଅନ୍ତର୍ଗତ କମରପୁର ଧଡ଼ା ସାହି ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକକୁ ଗଛରେ ବାନ୍ଧି ସୋର ପୁଲିସକୁ ଜିମା ଦେଇଛନ୍ତି।ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଜଣେ ଅଣ ଓଡ଼ିଆ ଯୁବକ ଗ୍ରାମ ମଧ୍ୟରେ ଇତଃତସ୍ତ ଅବସ୍ଥାରେ ବୁଲୁଥିଲେ. ତାଙ୍କୁ ଗ୍ରାମବାସୀ ମାନେ ପଚାରିବାରୁ ସେ ସେଠାରୁ ଖସି ପଳେଇ ଯିବାକୁ ଚେଷ୍ଟା କରି ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରେ ପଶି ଯାଇଥିଲେ। ଗ୍ରାମବାସୀ ମାନେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଅନ୍ୟ ଜଣେ ଯୁବକ ବାଇକରେ ତାଙ୍କୁ ଖୋଜି ବାକୁ ଆସି ଥିଲେ। ଏହି ସମୟରେ ଗ୍ରାମବାସୀ ମାନେ ତାଙ୍କୁ ପଚାରିବାରୁ ସେ ମଧ୍ୟ ସେଠାରୁ ଚତୁରତାର ସହିତ ଖସି ପଳେଇ ଯାଇଥିଲେ. ଫଳରେ ଗ୍ରାମବାସୀଙ୍କର ସନ୍ଦେହ ବଢ଼ି ଯାଇଥିଲା। ସେଥିପାଇଁ ଯୁବକ ଜଣଙ୍କୁ ଖୋଜାଖୋଜି କରି ପାଇବା ପରେ ତାଙ୍କୁ ଏକ ଗଛରେ ବାନ୍ଧି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସୋର ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।
