ପୂର୍ବତନ ବିଧାୟକ ଙ୍କ କିଡଜି ସ୍କୁଲ ଡକାୟତି ଘଟଣାରେ ଯୋଡ଼ା ପୋଲିସକୁ ବଡ଼ ସଫଳତା।
ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ମୁନିସିପାଲିଟି ଅନ୍ତର୍ଗତରେ ଅବସ୍ତିତ କିଡ୍ ଜି ସ୍କୁଲ ରୁ ଗତ ରବିବାର ବିଳମ୍ବିତ ରାତ୍ରୀରେ ଡକାଇତି ଘଟଣା ପୋଲିସ ର ମୁଣ୍ଡବିନ୍ଧା ବଢ଼ାଇଥିଲା। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଙ୍କ ଏହି ଡ଼କାୟତି ଘଟଣାରେ ଆଜି ଯୋଡ଼ା ପୋଲିସ ୧୧ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ପି ପ୍ରତ୍ୟୁଷ ମହାପାତ୍ର, ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଆଇଆଇସି ପ୍ରଶାନ୍ତ କୁମାର ସାମଲ, ଅନ୍ୟାନ୍ୟ ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବିରାଟ ଡକାୟତ ଦଳକୁ ଠାବ କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଏହି ଡ଼କାୟତ ମାନଙ୍କୁ ଯୋଡ଼ାର ଧରଣୀ ଧର ଛକରୁ ବସ୍ ଷ୍ଟାଣ୍ଡ ଦେଇ ଲକ୍ଷ୍ମୀ ପଡ଼ିଆ ପର୍ଯ୍ୟନ୍ତ ସର୍ବସାଧାରଣରେ ରାସ୍ତାରେ ପାଦରେ ଚଲେଇ ଚାଲେଇ ନେଇଥିଲେ। ତେବେ ଏହି ଡ଼କାୟତ ମାନେ ହେଲେ ଏମ୍ ଡି ଅହତେସମ୍(୨୭) ସରଣ୍ଡା,ରିଆଜ୍ ଖାନ୍ (୨୫) ପି ଏଚ୍ଚ ଡି ରୋଡ଼, ଦୋୟ ବଡ଼ବିଲ, ଝାଡ଼ଖଣ୍ଡ ର ସହିଦ୍ ଆଫ୍ରିଦ୍ (୨୫) ,ଜାମିର୍ ହୋସେନ ( ୩୮) , ସେମିଉଲ୍ ଅନସାରୀ (୨୭) ତ୍ରୟ ଖଳପୋସ୍, ଥାନା -ମଝି ଗାଁ, ଜିଲ୍ଲା – ୱେଷ୍ଟ ସିଂ ଭୂମି, ଆନନ୍ଦ ବେହେରା (୩୨) କନିକା, ଥାନା – ରରୁଆଁ, ଜିଲ୍ଲା – ମୟୂରଭଞ୍ଜ, ମାନସ ରଞ୍ଜନ ଦାସ (୫୬) ନିଳକଣ୍ଠପୁର ଥାନା- ପଟ୍ଟାମୁଣ୍ଡାଇ, ଜିଲ୍ଲା – କେନ୍ଦ୍ରାପଡ଼ା, ଦୋୟ ବର୍ତ୍ତମାନ ଯୋଡ଼ା, କେନ୍ଦୁଝର। ଯୋଡ଼ା ଥାନା କେସ ନଂ ୨୯୭,୨୯/୯/୨୦୨୫ ୟୁ/ଏସ ୩୧୦(୨) ବି ଏନ୍ ଏସ ଆର୍ ଡ଼ବ୍ଲୁ ୨୫/୨୭ ଆର୍ମସ୍ ଆକ୍ଟ ରେ ଗିରଫ କରାଯାଇଛି। କେନ୍ଦୁଝର ଟାଉନ ଥାନା କେସ ନଂ ୭୮୦/୨୦୨୫ ୧୦/୧୦/୨୦୨୫ ୟୁ ଏସ ୩୧୦(୪)(୫)/୧୦୯(୧) ବି ଏନ୍ ଏସ ଆର୍ ଡ଼ବ୍ଲୁ ୨୫/୨୭ ଆର୍ମସ୍ ଆକ୍ଟ ରେ ଗଣେଶ (ବିଶ୍ୱଜିତ୍) ଗିରି (୩୨) ଛେଳିଆ ନାଳ, ଘାଗର ବେଢ଼ା, ଶିବାଶିଷ ଗିରି (୨୭) ଉତ୍ତର ପୋଷି, ରରୁଆଁ ଦୋୟ ମୟୂର ଭଞ୍ଜ, ନିର୍ମଳ ପ୍ରଧାନ (୪୦) ଦିପୁ ହାଟିଂ, ଯୋଡ଼ା, ରଞ୍ଜନ ପଲେଇ (୨୬)ଠାକୁରାଣୀ, ବଡ଼ବିଲ ଦୋୟ କେନ୍ଦୁଝର।
