ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋର ତହସିଲ ପକ୍ଷରୁ ଅନନ୍ତପୁର ବଜାର ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି । ପୁର୍ତ୍ତ ବିଭିଗ ପକ୍ଷରୁ ରାସ୍ତାକାମ କରାଯାଉଥିବା ବେଳ ଦିର୍ଘଦିନ ଧରି ଏହି ବଜାର ନିକଟରେ ଜବରଦଖଲ କାରଣରୁ ରାସ୍ତାକାମରେ ସମସ୍ୟା ଉପୁଜିଥିଲା। ଏବାବଦରେ ଅଭିଯୋଗ ହେବା ପରେ ସୋର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଥିଲା। ଆଜି ମଧ୍ୟାହ୍ନରେ ସୋର ତହସିଲଦାରେ ଦୈତାରୀ ମଲ୍ଲିକ ସୋର ପୁଲିସ ସହଯୋଗରେ ଏହି ଜବରଦଖଲକୁ ଉଚ୍ଛେଦ କରିଥିଲେ। ଏହି ସମୟରେ ୧୫ରୁ ଉର୍ଦ୍ଧ ଦୋକାନ ଓ ଦୁଇଟି ଘରର ପାଚେରୀ ଭଙ୍ଗାଯାଇଥିଲା।
