*ଖଡ଼ିଆଳ ଉତ୍କଳ ବାଲଶ୍ରାମ ରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ*
ନୂଆପଡା* (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାଅନ୍ତର୍ଗତ ଖଡିଆଳ ସ୍ଥିତ ଉତ୍କଳ ବାଲାଶ୍ରମ ପରିସର ମଧ୍ୟରେ ତାଲୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଆଜି ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଅଛି। ତାଳୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସବଜଜ ଇସା ପତି ବୈଠକ ରେ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ଯୋଗ ଦେଇ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଆଇନ ସହାୟତା ବିଷୟରେ ଗୁରୁତ୍ବ ଦେଇଥିଲେ। ବିଶେଷ କରି ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଖଡିଆଳ ଠାରେ ଏକ ମହିଳା ମାନସିକ ରୋଗୀଙ୍କୁ ଉଦ୍ଧାର କରି କଟକ ଠାରେ ତାଙ୍କ ଚିକିତ୍ସା ହେଉଅଛି। ଉଦ୍ଧାର କାହାଣୀ ସମସ୍ତଙ୍କ ହାତ କୁ ହାତ ମିଶାଇବା ଦ୍ବାରା ସଫଳତା ସହ ଉଦ୍ଧାର କରି ଜଣେ ମହିଳା ଆରୋଗ୍ୟ ହୋଇଅଛି । ଜିିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼.ଫଣିନ୍ଦମ ଦେଓ, ମୁଖ୍ୟ ଆଇନ ସହାୟତା ସଦସ୍ୟ ପ୍ରକାଶ ସେନାପତି, ବରିଷ୍ଠ ସାମ୍ବାଦିକ ତପନ ଦାଶ, ସମାଜସେବୀ ରାଜେଶ ପୋଡ଼, ଆଇନଯିବି ଆଲୋକ ତିୱାରୀ ଉତ୍କଳ ବାଲାଶ୍ରମ ସମ୍ପାଦିକା ଅର୍ଚ୍ଚନା ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଦ୍ୱାରା ସମସ୍ତ ସମସ୍ୟା ର ସମାଧାନ ହେବା, ସହାନୁଭୂତି ଏବଂ ସମାନୁଭାବ ଦ୍ବାରା ହିଁ ମନୁଷ୍ୟ ମଧ୍ୟରେ ମାବିକତା ବଞ୍ଚିରହିଅଛି।
