କଳାହାଣ୍ଡି ଏଜେନ୍ସି ଫର୍ ଏନଭର୍ମେଣ୍ଟ ଏଣ୍ଡ ୱାଇଲ୍ଡ ପକ୍ଷ ରୁ ଏକସ୍ତରୀ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ର ଉଦଯାପନୀ କାର୍ଯକ୍ରମ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଉତ୍ତର ବନାଞ୍ଚଳ ଅନ୍ତର୍ଗତ ଗୁଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l
ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସପ୍ତାହ ର ସମlରୋପ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ଜନ ସଚେତନତା ସଭାରେ ସାଇସୁରନି ରେଞ୍ଜ ଅଧିକାରୀ ବିମଲ ପ୍ରକାଶ ଟପନୋ, ଗୁଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ପରିବେଶବିତ ପ୍ରକୃତିବନ୍ଧୁ ଡୋଳାମଣି ସାହୁ, ଗୁଣପୁର ଯୁବକ ସଂଘ ର ସଭାପତି ଗୁଣନିଧି ନାଏକ, ସାଇସୁରନି ରେଞ୍ଜ ର ବନରକ୍ଷୀ ଦେବରାଜ ବରେଟ, ବନରକ୍ଷୀ ରାମଚନ୍ଦ୍ର ଖମାରୀ ଯୋଗ ଦେଇ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନର ଉଧେଶ୍ୟ ଉପସ୍ଥାପନା କରିଥିଲେ l କଳାହାଣ୍ଡି ଏଜେନ୍ସୀ ଫର୍ ଏନଭର୍ମେଣ୍ଟ ଏଣ୍ଡ ୱାଇଲ୍ଡ ଲାଇଫ ପକ୍ଷରୁ ଦୀର୍ଘ ଏକ ସପ୍ତାହ ଧରି ବିଭିନ୍ନ ଗ୍ରାମରେ ଆୟୋଜିତ ହୋଇଥିବା ସଚେତନ ସଭା ର ବାର୍ତ୍ତା ଗୁଡ଼ିକୁ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରାଯାଇଥିଲା l ଗୁଣପୁର ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହିତ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ରେଞ୍ଜ ଅଧିକାରୀ ଶ୍ରୀ ଟପନୋ ଆଲୋଚନା କରିଥିଲେ । ଜାତୀୟ ବନ୍ୟପ୍ରାଣୀ ସପ୍ତ।ହ ପାଳନର ଅନ୍ତିମ ଦିନରେ ଆୟୋଜିତ ଜନ ସଚେତନତା ସଭାରେ ଉପସ୍ଥିତ ପ୍ରତ୍ୟେକ ଭାଗିଦାରୀ ମାନଙ୍କୁ ନିଜନିଜ ଉଦ୍ୟମ ରେ ବୃକ୍ଷ ରୋପଣ କରି ବନ୍ୟ ପ୍ରାଣୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଅକ୍ଟୋବର 2 ତାରିଖ ରୁ ଆରମ୍ଭ ହୋଇଥିବା ଏହି ସଚେତନ କାର୍ଯ୍ୟକ୍ରମ ରେ ଶତାଧିକ ଜନତା ଙ୍କୁ ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଦେବାର ବାର୍ତ୍ତା ଦିଆଯଇଥିଲା l ଏହି ବନ୍ୟପ୍ରାଣୀ ସପ୍ତାହ ପାଳନର ଅବଧି ମଧ୍ୟରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କର ସହଯୋଗ ରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଉତ୍ତର ଓ ଦକ୍ଷିଣ ବନଖଣ୍ଡ ର ପାହାଡ଼ ତଳି ଗ୍ରାମ ର ଅଧିବାସୀ ମାନଙ୍କୁ ବିଭିନ୍ନ କାର୍ଯକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା। ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ଜନ ସଚେତନତା ସଭାରେ ଗୁଣପୁର ଶସ୍ତ୍ରିଜୀ ଯୁବକ ସଂଘ ର ସଭାପତି ଗୁଣନିଧି ନାୟକ,ସମାଜସେବୀ ରଥ ଦୁରିଆ, ଥୁଆମୂଳ ରାମପୁର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଅଜିତ କୁମାର ନାୟକ,ଶିକ୍ଷକ ହରିଶ୍ଚନ୍ଦ୍ର ନାୟକ, ଆଶୁତୋଷ ପ୍ରଧାନ, ପ୍ରକୃତି ବନ୍ଧୁ ଡୋଳାମଣି ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲ l ସପ୍ତାହ ବ୍ୟାପି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉପରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା l କାର୍ଯକ୍ରମ ର ଉଦଯାପନୀ ଦିବସ ରେ ଅନୁଷ୍ଠିତ ସଭାରେ ଅଜିତ କୁମାର ନାୟକ ସଂଯୋଜନା କରିଥିବେଲେ ପ୍ରକୃତୀବନ୍ଧୁ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
