ଭବାନୀପାଟଣା ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ଗୋପବନ୍ଧୁ ଜୟନ୍ତି ପାଳନ ହୋଇଛି।
ସ୍ୱାଗତ ସଂଗୀତ ଗାନକରିଥିଲେ ଶିଶୁ ଭାଇଭଉଣୀ ଏବଂ ସହଯୋଗ କରିଥିଲେ ଶ୍ରୀ ଶିବ ପ୍ରଧାନ।କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡଙ୍କ ଏବଂ କାର୍ଯ୍ୟକ୍ରମର ପ୍ରମୁଖଙ୍କ ଦ୍ୱାରା ଏବଂ ସେ ଦିବସକୁ ନେଇ ସୁନ୍ଦର ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୋପବନ୍ଧୁ ଙ୍କ ଜୀବନତତ୍ତ୍ୱ, ସେବା ମନବୃତ୍ତି କେତେ ଆତ୍ମକେନ୍ଦ୍ରିକ ଥିଲା ତାହା ଶିଶୁଙ୍କ ପାଖରେ ବାଢିଥିଲେ । ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀ ସୁଶାନ୍ତ ବାରିକ।ଗୋପବନ୍ଧୁ ଦାସ ଙ୍କୁ କାହିଁକି ମନେ ପକାଇବା ସେହିବିଷୟରେ ସୁନ୍ଦର ତଥ୍ୟକୁ ନିଜ ବକ୍ତ୍ୟବରେ ପ୍ରଦାନ କରିଥିଲେ । ଉତ୍କଳ ର ମଣି ସେ ଏବଂ ଉତ୍କଳପ୍ରଦେଶ ଗଠନ ରେ ଭୂମିକା ଥିଲା କିପରି ବୁଝାଇ କହିଥିଲେ । ସେବା ମନୋଭାବ ଆମ ମନରେ ଜାଗ୍ରତ ହେଉ ଏହାହିଁ ସନ୍ଦେଶ ଦେଇଥିଲେ। ଦଶମ ଶ୍ରେଣୀର ଭାଇ ଶିବାନନ୍ଦ ବାରିକ ମଧ୍ୟ ଅଭିଭାଷଣ ଦେଇଥିଲେ। ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ରଶ୍ମିତା ପଣ୍ଡା।ବିଦ୍ୟମନ୍ଦିର ପ୍ରମୁଖ ଶ୍ରୀ ସୁଧୀର ନେଗୀ, ପ୍ରଧାନଆଚାର୍ଯ୍ୟ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ ଦଶମଶ୍ରେଣୀର ଭାଇଭଉଣୀ ମାନ ଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା।ଏକ ସୁନ୍ଦର ଅଭିନବ ବାତାବରଣରେ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମଜୟନ୍ତି କୁ ସ୍ମରଣ କରି କାର୍ଯ୍ୟକ୍ରମଟି ସାଙ୍ଗ ହୋଇଥିଲା।
