ଆମ ବ୍ୟଙ୍ଗ ପସରା ର ଶାରଦୀୟ ସଂଖ୍ୟା ର ଲୋକାର୍ପଣ।
ବ୍ରହ୍ମପୁର- “ଆମ ବ୍ୟଙ୍ଗ ପସରା” ର ସାରସ୍ବତ ସମାରୋହ ଓ୍ବିଜଡମ ଇନଷ୍ଟିଚ୍ୟୁଟର ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସର୍ଜନା ର ଅନ୍ୟତମ ବିଭାଗ ହେଉଛି ବ୍ୟଙ୍ଗ।ସୁସାହିତ୍ୟିକ ଓ ଆଇନଜୀବୀ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସଭାପତି ଭାବେ ସଭା ପରିଚାଳନା କରିଥିଲେ। ବ୍ୟଙ୍ଗ ସାହିତ୍ୟ ର ଆରମ୍ଭ କରି ନାରୀ ପତ୍ରିକା ସମ୍ପାଦକ ପର୍ଯ୍ୟନ୍ତ ଅନେକ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ପାକ୍ଷିକ ପତ୍ରିକା ସମଦୃଷ୍ଟି ର ସମ୍ପାଦକ ବିଘ୍ନେଶ୍ୱର ସାହୁ । ସମ୍ପାଦିକା ଶ୍ରୀମତୀ ବସନ୍ତ ମିଶ୍ର ପତ୍ରିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଓ ସମାଲୋଚକ ଡକ୍ଟର ରବିନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବସନ୍ତ ମିଶ୍ର ଙ୍କ ଲୋକାର୍ପଣ ପୁସ୍ତକ “ମଉଳା ମନର ମାୟା” ର ସମୀକ୍ଷା କରିବା ସହ ସାହିତ୍ୟ ର ବିଭିନ୍ନ ବିଭାଗ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ବକ୍ତା ଶଶଧର ପଣ୍ଡା ମଞ୍ଚସୀନ ଥିଲେ। କବିତା ପାଠୋତ୍ସବରେ ସୁସାହିତ୍ୟିକା ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିବା ସହ ଆମ ବ୍ୟଙ୍ଗ ପସରା ପତ୍ରିକା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ସରୋଜ କୁମାର ଶତପଥୀ ମଞ୍ଚସୀନ ଥିଲେ। ଏହି ଅବସରରେ ଆମ ବ୍ୟଙ୍ଗ ପସରା ଶାରଦୀୟ ସଂଖ୍ୟା ଓ ମଉଳା ମନର ମାୟା ପୁସ୍ତକ ର ଲୋକାର୍ପଣ ହୋଇଥିଲା। ଏଥିରେ ୨୦ ରୁ ଉର୍ଦ୍ଧ୍ବ କବି କବିତା ପଠନ କରିଥିଲେ ଓ ପାଖାପାଖି ୫୦ ସାହିତ୍ୟ ପ୍ରେମୀ ଯୋଗ ଦାନ କରିଥିଲେ। ବନ୍ଦନା ପଣ୍ଡା ଓ ଲକ୍ଷ୍ମୀ ଆମ୍ମ ନନ୍ଦଡା ସହଯୋଗ କରିଥିଲେ।ବିଜୟ ଚନ୍ଦ୍ର ମିଶ୍ର ମାନପତ୍ର ପଠନକରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଗୁଣମୁଗ୍ଧା ଶ୍ରୀମତୀ ବସନ୍ତ ମିଶ୍ର
ସମ୍ପାଦିକା, “ଆମ ବ୍ୟଙ୍ଗ ପସରା”
ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସଭାପତି
୯୮୬୧୨୨୮୪୦୪
