*ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ସ୍ବାସ୍ଥ୍ୟ ଓ ସାଂସଦ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଆସି କୋମନା ବ୍ଲକ ର ଭେଳା ଓ କୋମନା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ଯୋଗଦାନ* ନୂଆପଡା (ମିଖାଏଲ ନନ୍ଦ )
ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ସ୍ବାସ୍ଥ୍ୟ ଓ ସାଂସଦ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲୀଙ୍ଗ ଆସି କୋମନା ବ୍ଲକ ର ଭେଳା ଓ କୋମନା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ ଯୋଗଦାନ କରିଛନ୍ତି। ଭେଳା ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ୧୯୬୦ ମସିହାର ହୋଇଥିବା ବେଳେ ନୂତନ ଜମି ଚିହ୍ନଟ କରି ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଭେଳା ରେ ରୋଗୀ ଙ୍କ ସହ ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେହିପରି କୋମନା ଠାରେ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଙ୍କ ସହ କଥା ହୋଇ ଆବଶ୍ୟକତା ଦୃଷ୍ଟିରୁ ପ୍ରସ୍ତାବ ଗ୍ରହଣ କରି ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ାକ୍ତର ରହି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ନିଜ ଅନୁଭୂତି ଏବଂ ସ୍ଥାନୀୟ ସମସ୍ୟା କୁ ସମାଧାନ କରିବା ବୋଲି ପ୍ରକାଶ କରିଛନ୍ତି। ଏହି ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଧନେଶ୍ୱର ସେଠି, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଜୈନ, ଭେଳା ସରପଞ୍ଚ ବିମଳ ଯୋଷୀ, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଉପସ୍ଥିତ
