*ନୂଆପଡ଼ା ଜିଲ୍ଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ବିଜେପି ପକ୍ଷ ରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ବିଜେପି ପକ୍ଷ ରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ବରଗାଁ ଓ ଡ଼ମଝର ଗ୍ରାମ ସଂଯୋଗ ନେଇ ସୁନ୍ଦର ନଦୀ ଉପରେ ବ୍ରିଜ ନିର୍ମାଣ, ଅର୍ଦ୍ଧ୍ନିର୍ମିତ ବ୍ରିଜ କାର୍ଯ୍ୟସମ୍ପୂର୍ଣ୍ଣ୍ ଗୋଡ଼ଧାପଦର୍ ଓ ବିରୀଘାଟ କୁ ସଂଯୋଗ କରିବ। ତୁକଲା ଠାରୁ ବଲାଙ୍ଗୀର ଜିଲ୍ଲା ଗ୍ରାମ କୁ ସଂଯୋଗ କରିଥିବ ଅର୍ଜୁନୀ ନଦୀ ଉପରେ ଅର୍ଦ୍ଧ ନିର୍ମିତ ବ୍ରିଜକୁ ଏପ୍ରୋଚ ସଡ଼କ ନିର୍ମାଣ ନେଇ ଦାବୀ। ଖଡିଆଳ ଠାରେ ଏକ ଗ୍ରାମ୍ୟ ମେଗା ଜଳ ଯୋଗାଣ ପ୍ରକଳ୍ପ ର ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବୀ ଦେଇଥିଲେ। ଆସନ୍ତା ଦିନରେ ନିଶ୍ଚିତ କାର୍ଯ୍ୟ ହେବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଦାବୀ ପ୍ରଦାନ ବେଳେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବରିଷ୍ଠ ନେତା ସଂଜୟ ତିୱାରୀ ଏବଂ ରାତ୍ରାନନ୍ଦ୍ ମନହୀରା ଉପସ୍ଥିତ ଥିଲେ।
