*ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମଙ୍ଗଳ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ ରେ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମୀକ୍ଷା ବୈଠକ ରେ ଯୋଗ ଦାନ ଜିଲ୍ଲା ରେ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କୁ ଆଣି ସ୍କୁଲ ରେ ନାମ ଲେଖାଇବା ଏବଂ ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ଜିଲ୍ଲା ରେ ସ୍କୁଲ ଚାଲ ଅଭିଯାନ ନେଇ ଅଭିନବ ଉପାୟରେ ଶୋଭାଯାତ୍ରା କରି ସଚେତନ କରିବାକୁ ଆହ୍ବାନ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ୨ ଜଣ ଏ ୱାନ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ବି- ୧ ରେ ଉର୍ତ୍ତିର୍ଣ୍ଣ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଏ ୧ ସଂଖ୍ୟା ବୃଦ୍ଧି କରିବାକୁ ଆହ୍ବାନ ଦେଇଛନ୍ତି। ଶିକ୍ଷା ବିଭାଗ କର୍ମଚାରୀ ମାନେ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେବା ସହ ଜଣେ ବି ଡ୍ରପ ଆଉଟ ରହିବେ ନାହିଁ ବୋଲି କହିଥିଲେ। ଆଜି ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ, ଉପଜିଲ୍ଲାପାଳ ସୂର୍ମୀ କର୍ମୀ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ, ଖରୀଆର ରୋଡ ନଗର ଅଧ୍ୟକ୍ଷା ଡ ସୋନିଆ ଜୈନ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
