*ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବନ୍ୟାଜଳ ନିଷ୍କାସନ ପାଞ୍ଚ ଗୋଟି ଗେଟ୍ ଖୋଲିଲେ, ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଦୁଇ ଗୋଟି ଗେଟ୍ ବନ୍ଦ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ରେ ବନ୍ୟା ପରିସ୍ଥିତି ନେଇ ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବନ୍ୟାଜଳ ନିଷ୍କାସନ ପାଞ୍ଚ ଗୋଟି ଗେଟ୍ ଖୋଲିଲେ, ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଦୁଇ ଗୋଟି ଗେଟ୍ ବନ୍ଦ ହୋଇଅଛି। ତିନି ଗୋଟି ଗେଟ ଖୋଲି ଥିବା ବେଳେ ଡେମ୍ କୁ ୧୦୦୦ କୁୟୁବିକ ସେଟ୍ ଜଳ ପ୍ରବେଶ କରିଥିବା ବେଳେ ରାତ୍ର ୧୨ ଘଣ୍ଟା ରେ ୪ ନମ୍ୱର୍ ଗେଟ୍ ଖୋଲିଥିଲେ। ପାରେ ରାତ୍ରି ୩ ଠାରେ ୫ ନମ୍ୱର୍ ଗେଟ୍ ଖୋଲିଥିଲେ। ଆଜି ଦିନ ୧୨ ଘଣ୍ଟା ରେ ୫ ନମ୍ୱର୍ ଗେଟ୍ ବନ୍ଦ କରିଥିଲେ। ପରେ ଦିନ ୨ ଘଣ୍ଟା ରେ ୪ ନମ୍ୱର୍ ଗେଟ୍ ବନ୍ଦ କରିଥିଲେ। ଡେମ ଜଳ ଧାରଣ କ୍ଷମତା ୩୬୫ ମିଟର ରହିଥିବା ବେଳେ ବନ୍ୟା ଜଳ ପ୍ରବେଶ ବେଳେ ୩୬୪.୭୫ ମିଟର ଜଳ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୬୭.୮୬୫ ମିନିଟ ବୃଷ୍ଟିପାତ ହୋଇଅଛି। ଡେମ ଭିତର କୁ ୨୨୧୧.୦୧୬ କିୟୁବିକ ସେଟ୍ ଜଳ ପ୍ରତି ଘଂଟା ରେ ପ୍ରବେଶ କରୁଥିବା ବେଳେ ୧୮୬୨.୨୧ କିୟୁବିକ ସେଟ୍ ଜଳ ପ୍ରତି ଘଂଟା ରେ ନିଷ୍କାସିତ ହେଉଥିବା। ବର୍ତ୍ତମାନ ଜଳ ନିୟନ୍ତ୍ରଣ ପରିସ୍ଥିତି ରେ ଥିବା ଅଧିକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି।
