ପେକଟ ଗ୍ରାମରେ ହଇଥବା ଭୂସ୍ଖଳନ ର ସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୁତି ଜେନା।
ଗଜପତି (ଟିକି ଲିମା)
ଲଘୁଚାପ ଜନିତ ବର୍ଷା ବିପ୍ତାତ ଜିଲ୍ଲାର ଅନେକ ସ୍ଥାନରେ ଭୁସ୍ଖଳନ ହେବା ସହ ରାସ୍ତା ଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ବର୍ଷା ପାଣି ପଶି ଅନେକ ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ଅଛନ୍ତି। ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ ପାରି ନଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୁତି ଜେନା ଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିଳମ୍ବିତ ରାତିରେ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଅଗ୍ନିଶମ ବିଭାଗ ବ୍ରହ୍ମପୁରର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଆରମ୍ଭ କରିଛି
