ରାସ୍ତା ଅବରୋଧ କରି ଭାରତ ପାକିସ୍ତାନ ଖେଳ ଦେଖୁଥିବା ବେଳେ ପୋଲିସ କୁ ମାଡ଼
ବାଲେଶ୍ୱର ଜିଲ୍ଲା ସୋର ଥାନାର ଆଇଆଇସି ସୁଦୀପ୍ତ କୁମାର ସାହୁଙ୍କୁ ମାଡ଼ l ସୋର କୋର୍ଟ ଛକ ବାପୁ ନୋଡାଲ ସ୍କୁଲ ଆଗରେ ରାସ୍ତା ଅବରୋଧ କରି କିଛି ଲୋକ ଖେଳ ଦେଖୁଥିଲେ l ସେହି ସମୟରେ ସୋର ଆଇଆଇସି ପେଟ୍ରୋଲିଂ କରୁଥିଲେ l ସେଠାରେ ପଂହଁଚି ରାସ୍ତା ଅବରୋଧ ଘଟଣା ପଚାରିବାରୁ ସେମାନଙ୍କ ସହିତ ଯୁକ୍ତତର୍କ ହୋଇଥିଲା l ପରେ ଜଣେ ବ୍ୟକ୍ତି ଆଇଆଇସିଙ୍କୁ ଗୋଟିଏ ଚାପୁଡ଼ା ପକାଇଥିଲେ l ପରେ ପୋଲିସକୁ ସଙ୍ଗବଧ ଆକ୍ରମଣ କରିଥିଲେ l ଦଶହରା ପାଈଁ ସୋର ସହରରେ ୧୫ ରୁ ଉର୍ଦ୍ଧ ମେଢ଼ ହେଉ ଥିବା ବେଳେ ରାତି ୧୧ ଟା ସମୟ ରେ ସୋର ଆଇଆଇସି, ସହ ଦୁଇ ଜଣ ଏଆଇସି ପେଟ୍ରୋଲିଙ୍ଗ କରୁଥିବା ବେଳେ ରାସ୍ତା ଅବରୋଧ କରି ଇଣ୍ଡିଆ ପାକିସ୍ତାନ ଖେଳ ଦେଖୁଥିବା ବ୍ୟକ୍ତି ମାନଙ୍କୁ ଆଇଆଇସି ରାସ୍ତା ଅବରୋଧ ବାବଦରେ ପ୍ରଶ୍ନ କରିବାରୁ ସଙ୍ଗବଧ ଆକ୍ରମଣ, ଆଇଆଇସି ଙ୍କ ଗାଲକୁ ଚାପୁଡ଼ା ମାରିବାକୁ ପଛାଇ ନଥିଲେ ଏହି ବ୍ୟକ୍ତି l ଏହା ସହ ଜଣେ ଏଆଇସି ସମୀର ବେହେରା ଙ୍କୁ ମଧ୍ୟ ଧକ୍କା ମାରି ତଳେ ପକାଇଦେଇଥିଲେ l ଯୁବକ ମାନେ ବିଜେଡି ବିଧାୟକ ମାଧବ ଧଡ଼ା ଙ୍କ ଖାସ ବୋଲି ଜଣାପଡିଛି l ବିଧାୟକ ଙ୍କ ଛତ୍ର ଛାୟା ତଳେ ରହି ବିଜେଡି କର୍ମୀ ହୋଇଥିବା ରୁ ଏପରି କିଛି କାଣ୍ଡ ଭିଆଇଛନ୍ତି ଏହି ଯୁବକ ମାନେ l
