*ନୂଆପଡା ଜିଲ୍ଲା ଉଦ୍ୟାନବନ୍ଧ ନାଲା ନିକଟ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଏକ ମାଲ ବୋଝେଇ ଟ୍ରକ ପୋଡ଼ି ପାଉଁଶ, ଅଗ୍ନି ଶମ ବିଭାଗ ପହଞ୍ଚି ଅଗ୍ନି ଉପରେ ଆୟତ୍ତ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ନଷ୍ଟ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଉଦ୍ୟାନବନ୍ଧ ନାଲା ନିକଟ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଏକ ମାଲ ବୋଝେଇ ଟ୍ରକ ପୋଡ଼ି ପାଉଁଶ, ଅଗ୍ନି ଶମ ବିଭାଗ ପହଞ୍ଚି ଅଗ୍ନି ଉପରେ ଆୟତ୍ତ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଅଛି। ଆଜି ସକାଳ ୬ ଘଣ୍ଟା ସମୟ ରେ ରାୟପୁର ରୁ କେସିଙ୍ଗା ଯାଉଥିବା ମାଲ ବୋଝେଇ ଟ୍ରକ ରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡ ହେବା କାରଣ ଜଣାପଡି ନଥିବା ବେଳେ ଟ୍ରକ୍ ଟ୍ରାଲି ରେ ଅଗ୍ନି ଲାଗି ଆସୁଥିବା ସାମଗ୍ରୀ ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଅଛି। ୩୫୩ ଜାତୀୟ ରାଜପଥ ରେ ଟ୍ରକ ଟି ହୁ ହୁ ହୋଇ ଜଳି ଉଠିଥିଲା। ଘଟଣା ସ୍ଥଳୀ ଅଗ୍ନିଶମ ବିଭାଗ ପହଞ୍ଚି ଅଗ୍ନି ଉପରେ ଆୟତ୍ତ ହୋଇଅଛି। ଅଗ୍ନିକାଣ୍ଡ ହେବା ଘଟଣା ଅସ୍ପଷ୍ଟ ହୋଇଅଛି।
