ପୁଣି ବୁଡ଼ିଲା ଗଙ୍ଗାହାର ନଦୀର ଖଡ଼ିକାପଦା ପୋଲ, ବଡ଼ସାହି ରୁ କୁଆମରା, ବଡ଼ସାହିରୁ ବାଲେଶ୍ୱର ଯାତାୟାତ ବନ୍ଦ l
ଏବର୍ଷର ୫ ଥର ବୁଡ଼ିଲାଣି ବଡ଼ସାହି ବ୍ଲକ ଛେଳିଆ ପଞ୍ଚାୟତ ର ଗଙ୍ଗାହାର ନଦୀ ଉପରେ ଥିବା ଖଡ଼ିକାପଦା ପୋଲ l ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବଡ଼ସାହିରୁ ବାଲେଶ୍ୱର ଓ କୁଆମରl କୁ ହଜାର ହଜାର ଲୋକ ଓ କଲେଜ ଛାତ୍ର ଛାତ୍ରୀ ଯିବା ଆସିବା କରିଥାନ୍ତି ହେଲେ ଏଇ ନଦୀ ଉପରେ ଥିବା ହୋମପାଇପ ପୋଲ ଟିକିଏ ବର୍ଷା ହେଲେ ବୁଡ଼ିଯାଏ ଯାହା ଦ୍ୱାରା ଲୋକମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି l ହୋମପାଇପ ପୋଲ ବଦଳରେ ଏକ ଉଚ୍ଚ କଂକ୍ରିଟ ପୋଲ ପାଇଁ ସ୍ଥାନୀୟ ଲୋକ ମାନେ ବାରମ୍ବାର ଅଭିଯୋଗ କୋରିଆସୁଥିଲେବି ସରକାରଙ୍କର ଏପର୍ଯ୍ୟନ୍ତ ନିଦ ନ ଭାଙ୍ଗିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଚି l ସ୍ଥାନୀୟ ଲୋକଙ୍କ କହିବା କଥା ଯଦି ଆଗାମୀ ବର୍ଷା ଋତୁ ପୂର୍ବରୁ ପୋଲ କାମ ଆରମ୍ଭ ନୋହୁଏ ତାହେଲେ ଆଗାମୀ ନିର୍ବାଚନ ରେ କୌଣସି ରାଜନେତାଙ୍କୁ ପଂଚାୟତ କୁ ପସାଇଦେବୁନାହିଁ l
ବଡ଼ସାହି ରୁ ମଧୁସୂଦନ ପଣ୍ଡା
ଭଞ୍ଜଦୂତ ଖବର
