ଷଷ୍ଠ ଦିନରେ ରାୟଗଡ ବ୍ଳକର ୨୧ଟି ପଞ୍ଚାୟତମିଶନ ଶକ୍ତିର ସହାୟିକା କର୍ମୀଙ୍କ ବ୍ଲକ ସମ୍ମୁଖରେ ଧାରଣା
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଜିଲ୍ଲା ରାୟଗଡ଼ ବ୍ଲକରେ ମିଶନ ଶକ୍ତି ବିଭାଗର ଗୋଷ୍ଠି ସହାୟିକା କର୍ମୀଙ୍କର ପ୍ରୋତ୍ସାହନ ରାଶୀ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବିରେ ବ୍ଲକ ସମ୍ମୁଖରେ ଗଣ ଧାରଣା ବସିଥିବା ଦେଖୁବାକୁ ମିଳିଛି। ଧାରଣାର ଷଷ୍ଠ ଦିନରେ ବ୍ଳକର ୨୧ଟି ପଞ୍ଚାୟତରେ କାର୍ଯ୍ୟରତ କମୁନିଟି ସୋପଟ ଷ୍ଟାପ ୬ ମାସ ହେବ ପୂର୍ବରୁ ପାଇ ଆସୁଥିବା ସ୍ଥାୟୀ ଦରମା ନ ପାଇ ବାରମ୍ବାର ବିଭାଗିୟ ପ୍ରଶାସନଙ୍କୁ ଜଣାଇଆସୁଥିଲେ ମଧ୍ୟ ତାହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନଥୁଲା | ସ୍ଥାୟୀ ଦରମା ସହ ୬ ଗୋଟି ଦାବୀ ପୂରଣ କରାନଯିବା ପର୍ଯ୍ୟନ୍ତ ରାଜ୍ୟ ମିଶନ ଶକ୍ତି ସଂଘ ତରଫରୁ ଏହି ନିଷ୍ପତି ନେଇଥିବାରୁ ରାୟଗଡ଼ ବ୍ଲକ ମିଶନ ଶକ୍ତିର ମହିଳାମାନେ ସାମିଲ ହୋଇ ବ୍ଲକ ସମ୍ମୁଖରେ ଶାନ୍ତିଶୃଙ୍ଖଳା ଭାବେ ଧାରଣାରେ ବସିଛନ୍ତି। ଦାବୀ ଗୁଡିକ ହେଲା ପୂର୍ବ ପରି ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ଦେୟ, ବୋନସ ପ୍ରତ୍ସାହନ ବନ୍ଦ କର, ଛଅ ମାସର ବକେୟା ରାଶି ପ୍ରଦାନ, କାର୍ଯ୍ୟ ଅନୁଯାୟୀ ବନ୍ଧିତ ପାରିଶ୍ରମିକ, ରେଭିନିୟୁ ଗ୍ରାମ ପ୍ରତ୍ସାହନ ବନ୍ଦ କରାଯାଉ ବୋଲି ଦାବୀ ରହିଛି। ଏହା ପୂରଣ ନ କଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ରାଜ ରାସ୍ତାକୁ ଓ୍ଲାଇବାକୁ ପଛାଇବୁ ନାହିଁ ବୋଲି ସଭାନେତ୍ରୀ ସସ୍ମିତା ଭୂୟାଁ, ସାମ୍ପାଦୀକା ରାଜକୁମାରୀ ଦେବୀ, କଷାଦକ୍ଷ ହେମାଙ୍ଗିନି କରାଡ଼ ପ୍ରମୁଖ କହିଛନ୍ତି । ଏହାକୁ ନେଇ ବିଡ଼ିଓ ସୁଶାନ୍ତ କୁମାର ବାରିକଙ୍କୁ ଲିଖିତ ଦେବାପରେ ଏକ ନକଲ ଓଏଲଏମର ବିପିଏମ, ମିଶନ ଶକ୍ତି ବିପିସି, ଥାନା ଅଧିକାରୀ କମଳା ଚୌଧୁରୀ, ତହସିଲଦାର ସୁଶାନ୍ତ କୁମାର ପ୍ରଧାନଙ୍କୁ ଲିଖିତ ଦେଇ ଧାରଣାରେ ବସିଥିବା କହିଛନ୍ତି । ଏଥିରେ ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ସିଆର ପିସିଏମମାନେ ଧାରଣାରେ ବସିଥୁବା ଦେଖୁବାକୁ ମିଳିଛି। ହେଲେ ବ୍ଲକ ସମ୍ମୁଖରେ ଖରାରେ ବର୍ଷାରେ ଧାରଣାରେ ବସିବାର ଛଅ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଆଶ୍ୱସ୍ତି ମିଳିନଥିବା ଜଣାପଡିଛି। ଏନେଇ ବିଡ଼ିଓ ସୋନ୍ତୋଶ କୁମାର ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସରକାରଙ୍କ ତରଫରୁ କୌଣସି ପରିବର୍ତ୍ତନର ନିର୍ଦ୍ଦେଶ ଆସିନାହିଁ ଯେମିତି ନିର୍ଦ୍ଦେଶ ଅଛି ତାହା ଜାରି ରଖିଛୁ ଆଗାମୀ ଦିନରେ କିଛି ନିର୍ଦ୍ଦେଶ ଆସିଲେ ଜଣେଇ ଦିଆଯିବ।
