*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବ୍ଲକ୍ ସ୍ତରୀୟ ଜି ପି ଏଲ ଅଫ୍ କର୍ମୀ ସଂଘ ପକ୍ଷ ରୁ ଗଣଧାରଣା ପଞ୍ଚମ ଦିନରେ, ଶାରଦୀୟ ଦୁର୍ଗା ପୂଜା ପାଇଁ ଆନ୍ଦୋଳନକୁ ସ୍ଥଗିତ,*
ନୂଆପଡା (ମିଖାଏଲ ନନ୍ଦ)
* ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ବ୍ଲକ୍ ସ୍ତରୀୟ ଜି ପି ଏଲ ଅଫ୍ କର୍ମୀ ସଂଘ ପକ୍ଷ ରୁ ଗଣଧାରଣା ପଞ୍ଚମ ଦିନରେ, ଶାରଦୀୟ ଦୁର୍ଗା ପୂଜା ପାଇଁ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି। ଆସନ୍ତା ଦିନ ରେ ଦାବୀ ପୂରଣ ନ ହେବା ଯାଏଁ ଆନ୍ଦୋଳନ ଅବ୍ୟାହତ କରିବେ ବୋଲି ପ୍ରକାଶ କରିଛନ୍ତି। ୮ ଦଫା ଦାବୀ ନେଇ ଜି ପି ଏଲ ଅଫ୍ କର୍ମୀ ସଂଘ ପକ୍ଷ ରୁ ଆନ୍ଦୋଳନ କରିଥିଲେ । ପୂଜା କୁ ଦୃଷ୍ଟି ରଖି ସ୍ଥାଗିତ ନିଷ୍ପତ୍ତି ନେଇଛନ୍ତି। ନୀୟମିତ ବେତନ ପ୍ରଦାନ, ନିୟମିତ ନିଯୁକ୍ତି, ବେକେୟା ଥିବା ୬ ମାସ ସହାୟତା ରାଶି ପ୍ରଦାନ। ଉପଯୁକ୍ତ କାମ କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ ସହ ମିଶନ ଶକ୍ତି ବିଭାଗର କମ୍ୟୁନିଟି ସହାୟତା କର୍ମଚାରୀ ଭାବରେ ନିଯୁକ୍ତି ଆଦି ମୁଖ୍ୟ ଦାବୀ ଅଟେ।
