*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କାମପୁର ଠାରେ ଖନ୍ଦା ଯାତ୍ରା ଅନୁଷ୍ଠିତ, ପାଞ୍ଚ ଦେବୀଙ୍କ ଯାତ୍ରା ରେ ଅଗ୍ନିର ଅଙ୍ଗାର ରେ ଚାଲି ଚାଲି ପଥ ଅତିକ୍ରମ କରନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ କାମପୁର ଠାରେ ଖନ୍ଦା ଯାତ୍ରା ଅନୁଷ୍ଠିତ, ପାଞ୍ଚ ଦେବୀଙ୍କ ଯାତ୍ରା ରେ ଅଗ୍ନିର ଅଙ୍ଗାର ରେ ଚାଲି ଚାଲି ପଥ ଅତିକ୍ରମ କରନ୍ତି। ଦେବୀଙ୍କ ଠାରେ ଦୃଢ଼ ବିଶ୍ବାସ ରହିଥିବା ବେଳେ ପାଞ୍ଚ ଦେବୀ ମାଁ ବସ୍ତରାଣୀ, ମାଁ ଠାକୁରାଣୀ, ମାଁ ପରଦେସେନ, ଏବଂ ମାଁ ଧରଣୀ, ମାଁ ରା଼କାମ ଏକତ୍ର ହୋଇ ଏକ କାଳିଶି ଦେହରେ ଆସି ଗ୍ରାମବାସୀଙ୍କୁ ଆଶୀର୍ବାଦ ଦେଇ ଆସନ୍ତା ବର୍ଷ ତାଙ୍କ ପାଇଁ ମଙ୍ଗଳ ମୟ ହେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏହି ଯାତ୍ରା ରେ ସମିତି ସଭ୍ୟ ଅମିତ୍ ସିଂ ଦେଓ ମଧ୍ୟ ଅଗ୍ନିର ଅଙ୍ଗାର ରେ ଖାଲି ପାଦ ରେ ପଥ ଅତିକ୍ରମ କରି ଥିଲେ। ଆଶ୍ୱିନ ମାସ କୃଷ୍ଣ ଚତୁର୍ଥୀ ରେ ଅନୁଷ୍ଠିତ ହୁଏ ମାଁ ଙ୍କ ଖାନ୍ଦା ଯାତ୍ରା। ଏହି ଯାତ୍ରା କୁ ଦେଖିବ ପାଇ ପାଖାପାଖି ପାଞ୍ଚ ରୁ ଉର୍ଦ୍ଧ ପଞ୍ଚାୟତ ଲୋକ ଆସି ଦେଖିଥାନ୍ତି। ଏହି ଯାତ୍ରା କୁ ପ୍ରତିବର୍ଷ ପାଳନ କରି ଏକ ପ୍ରସିଦ୍ଧ ଯାତ୍ରାର ମାନ୍ୟତା ପାଇଛି।
