
ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ
ଗୋପାଳପୁର…… ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିଷ୍ଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରିୟଦର୍ଶିନ ପାତ୍ର ,ବ୍ରହ୍ମପୁର ବଡ ମେଡିକାଲ ର ଅବସର ପ୍ରାପ୍ତ ଡାକ୍ତର ପ୍ରଫେସର ନାରାୟଣ ମିଶ୍ର , କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ।ସାଂସ୍କୃତିକ ସଂଯୋଜିକା ଡଃ ସରିତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ। ଶେଷରେ ଡଃ ସମୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଏକ ପୁସ୍ତିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଏଥିରେ ଓଡିଶାର ୧୭ ଟି ବିଶ୍ୱବିଦ୍ୟାଳୟରୁ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସଭା ପୂର୍ବରୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଡଃ ବାବୁଜୀ ସାମଲ,ଡଃ ସରୋଜ କୁମାର ଦାଶ ,ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ,ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧlଙ୍ଗଡାମାଝୀ, ପରୀକ୍ଷା ନିୟନ୍ତ୍ରକ ଡଃ ସତ୍ୟ ନାରାୟଣ କୁଣ୍ଡ , ଏ ସୂର୍ଯ୍ୟ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ଡଃ ସତ୍ୟ ନାରାୟଣ ସାହୁ,ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ,ପ୍ରଫେସର ସିଦ୍ଧାର୍ଥ ପଣ୍ଡା, ପ୍ରଫେସର ଗଣେଶ ସେଠୀ,ଡଃ ଜୟନ୍ତ କୁମାର ପଣ୍ଡା,ଡଃ ବନ୍ଦିତା କୁମାରୀ ପଣ୍ଡା, ଡଃ ନେହା ପାଣ୍ଡେ, ଡଃ ଚିନୁ ବହିଦାର, ରିତୁ ତିୱାରୀ,ଡଃ ମିହିର ତ୍ରିପାଠୀ, ଡଃ ଶଙ୍କର ମାଝୀ , ମନୋଜ ଶତପଥୀ, ରାମ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଛାତ୍ର ସ୍ବସ୍ତି ସୁନ୍ଦର ସୀୟା ମଞ୍ଚ ପରିଚାଳନା କରିଥିଲେ। ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ