ବାର୍ଷିକ ଅଧିବେଶନ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ହୋଇଛି
ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିଅମ ଜାରକା ଠାରେ ଯାଜପୁର ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇ ଅଛି। ଏହି ସଭାରେ ଯାଜପୁର ସାଂସଦ ଡ଼କ୍ଟର ରବିନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ ଓ ଇନରହୁଇଲ ର ଅଧକ୍ଷା ଶ୍ରୀମତୀ ମିନତୀ ସାହୁ,ରାଜ୍ୟ ଔଷଧ ବ୍ୟବସାୟ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଓ ରାଜ୍ୟ ସଂଗଠନ ସମ୍ପାଦକ ଦୀପକ କୁମାର ଆଚାର୍ଯ୍ୟ ସନମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।ଏଥି ସହିତ ଭଦ୍ରକ, କଟକ, ବାଲେଶ୍ୱର, ପୂରୀ, ଜଗତସିଂ ପୁର, ଖୋର୍ଦ୍ଧା ଆଦି ଜିଲ୍ଲାର ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ଏହି ଅଧିବେଶନ ରେ ଯାଜପୁର ଜିଲ୍ଲାର ପଦାଧିକାରୀ ମାନଙ୍କ ନାମ ଘୋଷଣା କରା ଯାଇଥିଲା। ଶ୍ରୀଯୁକ୍ତ ଅଜୟ କୁମାର ଦାସ ସଙ୍ଘର ଯାଜପୁର ଜିଲ୍ଲା ସଭାପତି,ଶ୍ରୀଯୁକ୍ତ ରାଜେଶ କୁମାର ଦାସ ଜିଲ୍ଲା ସମ୍ପାଦକ ଓ ଶ୍ରୀଯୁକ୍ତ ଯୁଗଳ କିଶୋର ଅଗ୍ରୱାଲାଙ୍କୁ ଜିଲ୍ଲା କୋଷାଧକ୍ଷ ଭାବରେ ମନୋନୀତ କରା ଯାଇଥିଲା। ଜିଏସଟି ର ଦର ପରିବର୍ତ୍ତନ ପରେ ଔଷଧ ବ୍ୟବସାୟ ଓ ଗ୍ରାହକଙ୍କ ଉପରେ ପଡ଼ିଥିବା ପ୍ରଭାବ ଉପରେ ଆଜିର ଅଧିବେଶନ ରେ ବିଶେଷତ ଆଲୋଚନା ହୋଇଥିଲା। ଏଥିମଧ୍ୟରେ ଯେଉଁ ମାନେ ଔଷଧ ଆଗରୁ ଆଣି ରଖିଛନ୍ତି ସେମାନଙ୍କ ମନ ରେ କିଛି ଟା ଆଘାତ ଲାଗିଛି ବୋଲି ଜଣାପଡିଛି ଯାଜପୁର ଜିଲ୍ଲା ଧର୍ମଶାଳା କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
