ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା କୁ ନେଇ ନୂତନ ଏସପିଙ୍କୁ ଦାବି ପତ୍ର ପ୍ରଦାନ
ସୋର(ଭଞ୍ଜଦୂତ, ନିପ୍ର): ଦିନକୁ ଦିନ ସୋରରେ ଆଇନ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯୟ ଆଡ଼କୁ ଚାଲିଯାଉଛି। ଦିନକୁ ଦିନ ଅପରାଧୀ ମାନଙ୍କର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି, ଫଳରେ ଲୋକେ ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଦିନ ଦ୍ବିପହରରେ ଚୋରି,ଛିନତାଇ, ଡକାୟତି ପରି ଘଟଣା ଘଟୁଥିବା ବେଳେ ସୋର ପୋଲିସର ନୀରବଦ୍ରଷ୍ଟା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି। ଏପରି ସ୍ଥଳେ ସୋରରେ ଜଣେ ଦକ୍ଷ ଥାନାଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ବାରମ୍ବାର ଦାବି ହୋଇଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସୋରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଚଳିତ ମାସ ୨୩ତାରିଖରେ ସୋର ସାମ୍ବାଦିକଙ୍କ ତରଫରୁ ଅକ୍ଷୟ କୁମାର ଜେନା, ଅଭୟ ପତ୍ରୀ, ସୁଧାଂଶୁ ଶେଖର ବାରିକ, ହେମନ୍ତ ବାରିକ ପ୍ରମୁଖ ନୂଆ କରି ଯୋଗଦେଇଥିବା ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକରଙ୍କୁ ସାକ୍ଷାତ ଆଲୋଚନା କରି ସୋରରେ ଜଣେ ଦକ୍ଷ, ନିଷ୍ଠାବାନ, କର୍ତ୍ତବ୍ୟପରାୟଣ ଥାନାଧିକାରୀଙ୍କୁ ନିଯୁକ୍ତି ଦେବା ସହ, ଦୀର୍ଘ ବର୍ଷ ହେବ ଥାନାରେ ଗାଦି ମାଡ଼ି ବସିଥିବା ତଥା ଅସାଧୁ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ କିଛି ସମାଜସେବୀ, ବୁଦ୍ଧିଜୀବୀଙ୍କ ଦସ୍ତଖତ ସମ୍ମିଳିତ ଦାବି ପତ୍ର ପ୍ରଦାନ କରିଥିଲେ।
