
*ନୂଆପଡ଼ା ପ୍ରତିନିଧି
(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷ ରୁ ଛତ୍ରପତି ଶିବାଜି ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଖଡିଆଳ ଦକ୍ଷିଣ କାଳୀ ମନ୍ଦିର ରୁ ପୂଜା ଅର୍ଚ୍ଚନା ପରେ ଶିବାଜୀଙ୍କ ଫଟୋ ପୂଜା କରିଥିଲେ। ବୋଡ଼େନ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଖଡିଆଳ ନଗର ପରିକ୍ରମା କରିଥିବା ବେଳେ ସମଲେଶ୍ଵରୀ ମନ୍ଦିର ପରିସର ଅତିକ୍ରମ କରିଥିଲା। ଖଡିଆଳ ଥାନା ଛକ ଠାରେ ଶୋଭାଯାତ୍ରା ସମାପନ ହୋଇଥିଲା। ସହିଦ ଭଗତ ସିଂ ମୋର୍ଚ୍ଚା, ଜୟ ମାତା ଦି ଗ୍ରୁପ , ବଜରଙ୍ଗ ଦଳ, ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ , ବହୁ ସଙ୍ଗଠନ ସାମିଲ ହୋଇଥିଲେ। ସଂଜୟ ତିୱାରୀ, ମନୋଜ ପଟ୍ଟନାୟକ, ରାଜୁ ନାଇଖୋର, ସୁଜିତ୍ ପାତ୍ର,ସୁରେନ ଶର୍ମା, ଦୀପକ ଶର୍ମା, ପ୍ରବୀଣ ତ୍ରିବେଦୀ, , ବିଭୂତି ବିଶି, ସୌମ୍ୟ ସିଂ, ରତ୍ନାକର ସାହୁ ସୁରେଶ ହଟୱାର, ଜିତୁ ଜଗତ, ବହୁ ଯୁବ ବର୍ଗ ଯୋଗ ଦେଇଥିଲେ। ଏହି ଜନ୍ମଦିନ ଉତ୍ସାହ ସହିତ ବହୁତ ଧୂମଧାମ ରେ ମନାଇ ଥିଲେ।