ବାଲିଆପାଳରେ ଆଧୁନିକ ଝୋଟଜନିତ ଉତ୍ପାଦ ନିର୍ମାଣ ୟୁନିଟର ଉଦଘାଟନ:
ବାଲିଆପାଳ – ବାଲିଆପାଳ ଝୋଟ ଫାର୍ମର ପ୍ରୋଡ୍ୟୁସର୍ସ ଅର୍ଗାନାଇଜେଶନ୍ (FPO) ଦ୍ୱାରା ପରିଚାଳିତ ଆଧୁନିକ ଝୋଟ ଡାଇଭର୍ସିଫାଇଡ୍ ପ୍ରୋଡକ୍ଟ ନିର୍ମାଣ ୟୁନିଟର ଉଦ୍ଘାଟନ କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ।ଓର୍ମ।ସ ବାଲେଶ୍ୱର ଓ ଜିଲ୍ଲା ପ୍ରଶାସନ ର ସହଯୋଗରେ ଏହି ପ୍ରୟାସ ଗ୍ରାମୀଣ ଜୀବିକା ସୁଦୃଢ କରିବା ସହିତ ଝୋଟ ଭିତ୍ତିକ ବିବିଧ ଉତ୍ପାଦ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବ । ଜିଲ୍ଲାପାଳ ଶ୍ରୀ ବିକାଶ ଉଦ୍ଘାଟନ ସମାରୋହରେ, କର୍ଯ୍ୟକାରୀ ସଂସ୍ଥାମାନଙ୍କ ପ୍ରୟାସକୁ ସ୍ୱାଗତ କରିଥିଲେ ଓ ଝୋଟ ପ୍ଲାଷ୍ଟିକ ର ବିକଳ୍ପ ହୋଇପାରିବ ବୋଲି ମଧ୍ୟ ପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଉପ-ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ବାଲିଆପାଳ, ଆର୍ ଏମ ସି ସଚିବ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ , ଓର୍ମ।ସ ଓ ମିଶନ୍ ଶକ୍ତିର ବରିଷ୍ଠ ଅଧିକାରୀମାନେ ଏବଂ ପି ଆର୍ ଆଇ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହି ପ୍ରୟାସ, ସ୍ଥାନୀୟ ଶିଳ୍ପୀମାନେ ଓ ମହିଳା ଏଫ୍ ପି ଓ ସଦସ୍ୟ।ମାନଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ସହିତ ପରିବେଶ ସୁରକ୍ଷାକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।
