ଚାହିଁରହିଛି କାଶତଣ୍ଡୀ ନିଜର ନ୍ୟାୟ ପାଇଁ… ପ୍ରତିବର୍ଷ ଶରତ ଋତୁର ଆଗମନରେ ଧରଣୀରାଣୀ କୋଳରେ ଦେଖା ଦେଇଥାଏ ଏହି ବାସହୀନଫୁଲ ଟିଏ..
ବଡ଼ଚଣା (ଅମିତ କୁମାର ମହାନ୍ତି)ଶରତ ଋତୁର ଆଗମନରେ ଦୂର ଦିଗବଳୟ ପର୍ଯ୍ୟନ୍ତ ଲମ୍ବୀଥାଏ ସୌନ୍ଦର୍ଯ୍ୟର ପ୍ରତୀକ କାଶତଣ୍ଡୀ l
ଥିରି ଥିରି ହୋଇ ସକାଳୁଆ ପବନରେ ଖିଲି ଖିଲି ହୋଇ ହସୁଥାଏ..କାଶତଣ୍ଡୀ
ଏହି କାଶତଣ୍ଡୀ ଫୁଲରେ ସଜେଇ ହୋଇ ଉଠେ ଧରଣୀ ରାଣୀ l ରିତୁ ଚକ୍ର ତାଳେ ତାଳେ ବଦଳି ଯାଏ ପ୍ରକୃତି ର ସୌନ୍ଦର୍ଯ୍ୟ ସର୍ବଦା ସବୁଜ ସୁନ୍ଦର ରଙ୍ଗରେ ବଦଳୁ ଥିବା ଧରଣୀ ରାଣୀ
ଶରତ ଆସିଲେ ଲାଗେ ସତେ ଯେପରି ନିଜକୁ ଧଳା ଫର ଫର କାଶତଣ୍ଡୀ ଫୁଲରେ ସଜାଇ ହୋଇ ମା ଙ୍କ ଧାରବତରଣ ପାଇଁ ଅନାଇ ବସିଛି, ରାସ୍ତା କଡ଼ ନଈପଠା ଗହର ବିଲ ମାଳରେ ସବୁଆଡେ ଦେଖାଯାଏ ପ୍ରକୃତିର ସେ ବିଚିତ୍ର କାଶତଣ୍ଡୀ l ପାର୍ବଣ ଋତୁରେ ଜଗତ ଜନନୀ ମା ଦୁର୍ଗାଙ୍କୁ ଆବାହନ କରିବା ପାଇଁ ଧରା ପୃଷ୍ଟରୁ ଶୋଭାମଣ୍ଡନ କରେ ଏହି କାଶତଣ୍ଡୀ
ଧୋବ ଫର ଫର ବାଦଲରେ ଘୋଡେଇ ହୋଇ ଧରାର ଶୋଭା ମଣ୍ଡନ କରିଥାଏ,ଏହି କାଶତଣ୍ଡୀ କୁ ଦେଖିଲେ କେବଳ ଯେ ବାଟୋଇ ଅଟକି ଯାଆନ୍ତି ତାହା ନୁହେଁ
ଧରଣୀର ଏହି ରୂପ କାହାକୁ ବି ଆନମନା କରିଦିଏ ଵାସ ହୀନ ସିନା କାଶତଣ୍ଡୀ କିନ୍ତୁ ଦୁନିଆଁର ସବୁ ତକ ରଙ୍ଗ ତାର ସେହି ରଙ୍ଗ ଆଗରେ ମଳିନ ପଡିଯାଆନ୍ତି
ପାର୍ବଣର ସେଇ ପବିତ୍ର ମୁହୂର୍ତ କୁ ସୁନ୍ଦର କାଶତଣ୍ଡୀ ନିଜର ବାହୁ ମେଲାଇ ସତେ ଯେମିତି ଅନାଇ ବସିଛି ବୋଲି ହୃଦବୋଧ ଲାଗେ ପ୍ରକୃତି ରାଣୀ ସଜେଇ ହୋଇ ବସିଲା ପରି ମନେହୁଏ..
ଏହି କାଶତଣ୍ଡୀ ର ରୂପ ସମ୍ବାରରେ ମହକି ଉଠେ ଧରଣୀ ରାଣୀ.. ମା ଦଶଭୁଜା ଙ୍କ ଆଗ ମନେରେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା ଏହି କାଶତଣ୍ଡୀ..ମା ଙ୍କ ମେଲାଣି ପରେ ସ୍ୱତପ୍ରକୃତ ଭାବେ ଆପେ ଆପେ କୁଆଡେ ମଉଳିଯାଏ l
କାହିଁକି ଶରତ ଋତୁରେ ବାବା ଜଜାନନଙ୍କ ପୁଜା ପରେ ପରେ ମା ଦଶଭୁଜାଙ୍କ ଆଗମନରେ କାଶତଣ୍ଡୀ ଆଗମନ କରିଥାଏ
ଏବଂ ମା, ଙ୍କ ମେଲାଣି ପରେ ପରେ କାଶତଣ୍ଡୀ କେଉଁଆଡେ ଉଭାନ ହୋଇଯାଏ ଏ ଧରା ଧାମରୁ
ତାହା ପଛରେ ଲୁଚିରହିଛି ଏକ କିମ୍ବଦନ୍ତୀ ଲୋକକଥା
ଯାହା କିମ୍ବଦନ୍ତୀ କହେ ଅତ୍ୟନ୍ତ ସୁନ୍ଦରୀ କାଶତଣ୍ଡୀ ବୋଲି ଜଣେ ଝିଅ ଥିଲା ଏକ ଗରିବ ଓ ଦଳିତ ଘରର ଝିଅ..ରୂପ ଏପରି ଥିଲା ଯାହା ଅବର୍ଣ୍ଣନୀୟ ଯାହାଙ୍କ ରୂପ ଲାବଣ୍ୟରେ ପୁଲଙ୍କିତ ହୋଇପଡ଼ିଥିଲେ ସେହି ରାଜ୍ୟର ରାଜକୁମାର
ଧୋବ ଫର ଫର ସୁକୁମାରୀ ଅପରୂପା ସୁନ୍ଦରୀ କାଶତଣ୍ଡୀ କୁ..
ଯେ କେହି ଦେଖିବେ ମନ ଦେଇ ବସିବେ ବାଦ ପଡିଥାନ୍ତେ ବା କିପରି ରାଜକୁମର ,ଶେଷରେ ମନ ଦେଇ ବସିଲେ କାଶତଣ୍ଡୀ କୁ
ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସିଲେ ଖୋଲା ଆକାଶ ତଳେ ନଦୀ ପଠାରେ..
ଧୀରେ ଧୀରେ ସାଉଁଟିବାକୁ ଲାଗିଲେ ମିଳନର ମଧୁର ସ୍ମୃତିକୁ ମୁକ୍ତଆକାଶର ମୁକ୍ତ ବିହଙ୍ଗ ପରି ଉଡି ବୁଲିଲେ ଖୋଲା ଦିଗବଳୟରେ.
ସ୍ବପ୍ନରାଇଜର ରାଜକୁମାରୀ କାଶତଣ୍ଡୀ ରାଜକୁମାରଙ୍କୁ ନେଇ ଅନେକ ସ୍ବପ୍ନ ମଧ୍ୟ ଦେଖିବାକୁ ଲାଗିଲେ
କିନ୍ତୁ ସମାଜର ଉଞ୍ଚ ନୀଚ ଜାତି ଅଜାତି ଧନୀ ଗରିବର ବାଛ ବିଚାର ଜାଲରେ ପଡି ଚିର ଦିନଦିନ ପାଇଁ ଛନ୍ଦିହୋଇଗଲେ ଦୁଇ ପ୍ରେମୀ ଯୁଗଳ
କେତେଦିନ ଅବା ଲୁଚି ଲୁଚି ଏପରି ପ୍ରେମ କରିଥାନ୍ତେ
କଥା ଯାଇ ରାଜମହଲରେ ଉଠିଲା ରାଜାଙ୍କ କାନରେ ମଧ୍ୟ ପଡିଲା ସାମାନ୍ୟ ଜାତିର ଝିଅ ସେପୁଣି ରାଜକୁମାରଙ୍କୁ ବିଭାହ କରିବ ସହ୍ୟ କରିପାରିଲେ ନାହିଁ ରାଜା..
କ୍ରୋଧର ବଶବୃତ୍ତି ହୋଇ ସଙ୍ଗେ ସଙ୍ଗେ ସେନାପତିଙ୍କୁ ଆଦେଶ ଦେଲେ କାଶତଣ୍ଡୀକୁ ସଲିଳ ସମାଧି ଦେଇଦେବାକୁ
ସେଦିନଥାଏ ଦୁର୍ଗାପୂଜା ରାଜାଙ୍କ ଆଦେଶ ପାଳନ କଲେ ସେନାପତି ଓ ସନ୍ୟସାମନ୍ତ ଗଣ, ଶେଷରେ କାଶତଣ୍ଡିକୁ ନଦୀ ପଠାରେ ଦେଇ ଦିଆଗଲା ଜିଅନ୍ତା ସମାଧି
ନଦୀ ପଠାର ଶୁଖିଲା ବାଲିରେ କୋହ ଭରା କାନ୍ଦରେ ଛାତି ଫଟାଇ କାନ୍ଦୁଥାଏ କାଶତଣ୍ଡୀ
କାଶତଣ୍ଡୀର ମୃତ୍ୟୁ ଦେଖି ସହି ପାରିନଥିଲେ ରାଜକୁମାର
ଗୋଟିଏ ମୁହୂର୍ତ ବି ବଞ୍ଚିବା ଥିଲା ଅସମ୍ଭବ ଆଉ ନିଜେ ଆତ୍ମହତ୍ୟା କରିବାକୁ ବାହାରି ପଡ଼ିଥିଲ
କିନ୍ତୁ କାଶତଣ୍ଡୀ ମାଟିରେ ପୋତିହୋଇ ମରିବା ପୂର୍ବରୁ ରାଜକୁମାରଙ୍କୁ ନିଜର ପ୍ରେମ ଓ ଭଲପାଇବାର ଦ୍ୱାହି ଦେଇ ଆକୁଳ ନିବେଦନ କରି କହିଥିଲା..
ଏବଂ କଥା ଦେଇଥିଲା.
ହେ ରାଜନ ଆମର ଏ ସ୍ଵାଶତଃ ପ୍ରେମକୁ ଉଦ୍ଜୀପିତ ରଖିବା ପାଇଁ ତୁମଳୁ ବଞ୍ଚିବାକୁ ପଡିବ..
ମୁଁ ପ୍ରତିବର୍ଷ
ଶରତ ରିତୁ ଆସିଲେ ମା ଦଶଭୁଜାଙ୍କ ଆଗମନ ଠିକ ପୂର୍ବରୁ ଏ ଧରା ପୃଷ୍ଠରେ ଜନ୍ମ ନେବି ମୋର ଗନ୍ଧହୀନ ସୌନ୍ଦର୍ଯ୍ୟ ସମସ୍ଥଙ୍କ ମନରୁ କ୍ରୋଧ ହିଂସାକୁ ଦୁରେଇ ଦେଇ ନୁଆଁ ପ୍ରେମର ରଙ୍ଗ ଭରିଦେବି
ପ୍ରତ୍ୟକ୍ତି ଶରତ ରିତୁ ଆମ ପାଇଁ ହେବ ମିଳନ୍ନ ର ରିତୁ ଏହା ପରେ ରାଜକୁମାର ମଧ୍ୟ ସବୁଦିନପାଇଁ ଚିର କୁମାର ହୋଇ ରହିଗଲେ ଯୁଗେ ଯୁଗେ
ସେହି ଦିନଠାରୁ ମାସ ପରେ ମାସ ରିତୁ ପରେ ରିତୁ ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ କାଶତଣ୍ଡୀ ତାର ଦେଇଥିବା ବଚନ ସତେ ଯେମିତି ଭୁଲି ନାହିଁ ବୋଲି ଆଜିବି ଅନୁଭବ ହୁଏ.
ଶରତ ରିତୁ ଆସିଲେ ମା,ଙ୍କ ଆଗମନର ଠିକ ପୂର୍ବରୁ ଧଳା ଫର ଫର ଓଢଣୀରେ ଢାଙ୍କି ହୋଇ ମା,ଙ୍କ ଆଗମାନଙ୍କୁ ଅପେକ୍ଷା କରି ଚାହିଁ ରହିଥାଏ, କିଛି କହିବ ବୋଲି..
ସତେଯେପରି ଅପେକ୍ଷା କରି ରହିଥାଏ ମା,ଙ୍କୁ ତାର ନ୍ୟାୟ ଭିକ୍ଷା କରିବା ପାଇଁ
ଆଜିବି ନ୍ୟାୟ ଅପେକ୍ଷାରେ ରହିଛି କାଶତଣ୍ଡୀ
ଅଭି ସପ୍ତ କାଶତଣ୍ଡୀର ଏହି ଥିଲା ହୃଦୟ ବିଦାରକ କରୁଣ କାହାଣୀ
କିନ୍ତୁ ଆଜିର ଏ ସମାଜ ରେ ଏଭଳି ଭଲ ପାଇବା ହେଉଛି ଏକ ବିରଳ ହଜିଗଲାଣି ସ୍ୱଚ୍ଛ ପ୍ରେମ ବନ୍ଧନ ର ଭଲ ପାଇବା
ଭଲ ପାଇବା ଉପରେ ଲାଗିଗଲାଣି ମିଛ ଛଳନାର କଳା ଦାଗ, ଓ କଳଙ୍କର ଟୀକା.
