ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଡେଲାଙ୍ଗ,-ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଉପଲକ୍ଷେ ଖେଲଉର ଗ୍ରାମପଂଚାୟତସ୍ଥିତ ଖେଲଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀଭାବେ ବିଧାୟକ ଆଶ୍ରିତ୍ ପଟ୍ଟନାୟକ ଯୋଗଦେଇ ରାଷ୍ଟ୍ରବାଦୀ ମହାନ ଜନନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ ମତବ୍ୟକ୍ତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସର ସ୍ୱଛତା କରାଯିବା ସହ ବିଭିନ୍ନ ପ୍ରକାର ବୃକ୍ଷର ଚାରା ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରେଂଚ ପଂଚାୟତ ସରପଂଚ ହରିହର ସ୍ୱାଇଁ,ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ପରିଡା,ମିଟୁ ମିଶ୍ର,ଲକ୍ଷ୍ମୀଧର ମିଶ୍ର,ଶଶିଭୁଷଣ ମହାନ୍ତି ,ବେଣୁଧର ମଙ୍ଗରାଜଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁର୍ଯ୍ୟନାରାୟଣ ସେଠୀ,ପ୍ରଦୀପ ପଣ୍ଡା, ବିଶ୍ୱନାଥ ପ୍ରଧାନ, ମଞ୍ଜୁଲତା ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।
