ରାସ୍ତାକଡକୁ ଓଲଟିଲା ୪୦୭ ଗାଡି ଅଳ୍ପକେ ବର୍ତିଲା ୪ଜୀବନ
ଡେଲାଙ୍ଗ,-ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ମଣିଜିପୁର ଧାନକେରା ରାସ୍ତାର ନିମାଦେଇକୋଣ ଛକ ଠାରେ ରାସ୍ତା କଡକୁ ଓଲଟିଲା ୪୦୭ ମିନି ଟ୍ରକ ଗାଡି । ତା ଭିତରେ ଥିବା ୪ଜଣ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ । ତେବେ ମିଳିଥିବା ସୁଚନା ମୁତାବକ ମିନି ଟ୍ରକ ଗାଡିଟି ଇଟା ବୋଝେଇ କରି ଧାନକେରା ଯାଇଥିଲା । ସେଠାରେ ଇଟା ଅନଲୋଡ କରି ଫେରୁଥିବା ସମୟରେ ଖାଲି ଗାଡିଟି ନିମାଦେଇକୋଣ ଠାରେ ରାସ୍ତାକଡ ଖାଲକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଗାଡି ଭିତରେ ଥିବା ଡ୍ରାଇଭର ସମେତ ୪ଜଣ ବ୍ୟକ୍ତି ଗାଡି କାଚ ଭାଙ୍ଗି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି ।
