*ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଶାରଦୀୟ ଦୁର୍ଗା ପୂଜା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଶାରଦୀୟ ଦୁର୍ଗା ପୂଜା ଷୋଡ଼ଶ ଉପଚାର ରେ ପାଳିତ, ଶ୍ରଦ୍ଧାଳୁ ଭକ୍ତଙ୍କ ଆଳତି ଦର୍ଶନ। ଖଡିଆଳ ସହରରେ ଆଶ୍ଵିନ ମାସ ମହାଳୟା ଏବଂ ପ୍ରତିପଦା ଠାରୁ ମାଁ ଙ୍କ ପୂଜା ନେଇ ଦୈବ୍ୟ ଓ ଭବ୍ୟ ଆୟୋଜନ ହୋଇଅଛି। ରାଜା ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ଏବଂ ପଟ୍ଟନାୟକ ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷ ରୁ ନବା ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଅଛି। ଜଗତ ଜନନୀ ମାଁ ଦୁର୍ଗା ସତ୍ୱିକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଦେବୀଙ୍କ ସକାଳ ଓ ସନ୍ଧ୍ୟା ଆଳତି ରେ ବିପୁଳ ପରିମାଣରେ ଜନ ସମାଗମ ହୋଇ ମାଁ ଙ୍କ ଦର୍ଶନ କରିଥାନ୍ତି। ଆଜି ଆଶ୍ୱିନ ମାସ ଚତୁର୍ଥୀ ରେ ମାଁ ଙ୍କ କୁଷ୍ମଣ୍ଡା ରୂପେ ପୂଜା ପାଉଛନ୍ତି। ଉଭୟ ଦୁଇ ଗୋଟି ପୂଜା ମଣ୍ଡପ ରେ ଜଗତ ଜନନୀ ମାଁ ଦୂର୍ଗା ଙ୍କୁ ରୋପ୍ୟ ଅଳଙ୍କାର ରେ ସୁସଜ୍ଜିତ ହେଉଥିବ ବେଳେ ଉଭୟ ମଣ୍ଡପ ରେ ବହୁ ଆସ୍ତା ଓ ବିଶ୍ୱାସ ଜଡ଼ିତ ଅଛି। ଦୀର୍ଘ ବର୍ଷ ହେବ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବଳୀ ପ୍ରଥା ସମ୍ପୂର୍ଣ୍ଣ ନିଷେଧ ରହିଅଛି। ସତ୍ଵିକ ପୂଜା ରେ ମାଁ ଙ୍କୁ ଆରଧନା କରି ନିଖ ମନସ୍କାମନା ମୁତାବକ ଫୁଲ ପୁଷ୍ପ, ଘିଅ, ନୈବେଦ୍ୟ ଦେଇଥାନ୍ତି। ମାଁ ଙ୍କ ଆଳତି ପାଇବା ପାଇଁ ଭକ୍ତ ମନ ଦୀର୍ଘ ସମୁ ଅପେକ୍ଷା କରି ଆଳତି ଗ୍ରହଣ ପରେ ଘାର୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
