*ସିନାପାଲି ରେ ସୁସ୍ଥ ନାରୀ ସଶକ୍ତ ପରିବାର ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ସିନାପାଲି ବ୍ଲକ ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ପରିସରରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯାନ ର ଉଦେଶ୍ୟ ସମସ୍ତ ଶିଶୁ କନ୍ୟା, କିଶୋରୀ ବାଳିକା ଏବଂ ସମସ୍ତ ବର୍ଗର ମହିଳା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ କରି ସୁସ୍ଥ ପିଢ଼ି ଗଠନ କରିବା |ଏହି ସଂକ୍ରାନ୍ତ କୁ ଆଧାର କରି ଆଜି ଏକ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଡିପିଏଚଓ ଡାକ୍ତର ଦ୍ୱାରିକାନାଥ ଶତପଥି,ଏଡିପିଏଚଓ ଟିବି ଡାକ୍ତର ଦିଲୀପ କୁମାର ଦାସ,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଭୁବେନେଶ୍ୱର ମିଶ୍ର, ଗୋଷ୍ଠୀ ଚିକିତ୍ସାଅଧିକାରୀ ଡାକ୍ତର ଶ୍ରୀମାନ ସାହୁ, ଡାକ୍ତର ଅନୁରାଗ ପାଣିଗ୍ରାହୀ, ଡାକ୍ତର ପ୍ରତୀକ ପଣ୍ଡା, ପିଏ ଏନସିଡି ଶରତ ବେଯୋ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ | ଏଥିରେ ମୋଟ ୧୨୨ ଜଣ ସମସ୍ତ ବର୍ଗର ମହିଳା ଙ୍କ ପରୀକ୍ଷା ସହିତ ଉଚିତ ଔଷଧ ପ୍ରଦାନ କରାଯାଇଥିବା ବେଳେ ୩ଜଣ ମହିଳା ଫାଇଲେରିଆ ରୋଗୀ ଙ୍କୁ ଏମଏମଡିପି କୀଟ ପ୍ରଦାନ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ପିଏଚଇଓ ଅଙ୍ଗଦରାମ ମାଝୀ, ବିପିଏମ ରତ୍ନମଣୀ ଭୁଏ,ବିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ,ବିଏଏମ ଶୁଭ୍ରାଂଶୁ ଦଣ୍ଡସେନା,ବିଡ଼ିଏମ ବୈଶାମ୍ପୟାନ ମେହେର,ଏସଟିଏସ ପ୍ରକାଶ ପାତ୍ର,ସ୍ୱାସ୍ଥ୍ୟ ପରିଦର୍ଶକ ହୃଷିକେଶ ସା, ଏମଆରଏ ଡିଙ୍ଗର ଦଳପତି, କାଉନସେଲର ଲିଙ୍ଗେଶ୍ୱର ଦାସ,ଏଲଟି ବଳରାମ ପାତ୍ର,ଏନଓ କୁଳଲଷ୍ମୀ ବାଗ, ନୀଳିମା ଜେନା, ଚନ୍ଦ୍ର ଗହୀର ପ୍ରମୁଖ ସହଯୋଗ କରିଥିଲେ |
