ବେଆଇନ ବାଲି ଚାଲାଣ କୁ ବିଜେଡି ର ବିରୋଧ ___ (ନି ପ୍ର) ଝାର୍ ପୋଖରିଆ ,ବେଆଇନ ଭାବରେ ବାଲି ଚାଲାଣ କୁ ନେଇ ସାରସକଣା ବିଜୁ ଜନତା ଦଳର ସଭାପତି ମଣି ଶଙ୍କର ବାରିକ ଙ୍କ ତତ୍ତ୍ଵାବଧାନରେ ବିଜୁ ଜନତା ଦଳର କର୍ମୀ ଆଜି ସ୍ଥାନୀୟ ପୋଲିସ ଆଇ ଆଇ ସି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଗାମୀ ଦିନରେ ବେଆଇନ ଭାବରେ ବାଲି ଚାଲାଣ ଉପରେ
କାର୍ଯ୍ୟାନୁଷ୍ଠାନ ନ ନେଲେ ସାରସକଣା ବ୍ଲକ ବିଜୁ ଜନତା ଦଳ ଆନ୍ଦଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଥିଲେ।ବରିଷ୍ଠ ନେତା ଅଜୟ ମଣ୍ଡଳ, କ୍ଷେତ୍ରମୋହନ ବେହେରା ଯୁବ ନେତା ସୂର୍ଯ୍ୟକାନ୍ତ ମୁର୍ମୁ, ହରେକୃଷ୍ଣ ଦାସ, ରୁପମ କୁମାର ମଣ୍ଡଳ,ଦୀପକ ବାଘ,ଲିପୁ ନାଏକ, ନିରଞ୍ଜନ ଗନ୍ତାୟତ, ମୁକେଶ ବେହେରା,ସଞ୍ଜୀବ ସି,ଅନିଲ ସାହୁ,ଶିବ ପ୍ରସାଦ ବାରିକ, ଜଗନ୍ନାଥ ମୁର୍ମୁ,ଦିନବନ୍ଧୁ ଦାସ,ସୁମନ ମଢୁଆଳ ,ପାପୁନି ଦାସ ଏବଂ ଅନେକ ଆଗ ଧାଡ଼ିର କର୍ମୀ ଉପସ୍ଥିତ ଥିଲେ। ଏଵଂ ଥାନା ଅଧିକାରୀ ମଧ୍ଯ ଉକ୍ତ ପଦକ୍ଷେପ କୁ ସ୍ୱାଗତ କରିଚନ୍ତି, ଝାରପୋଖରିଆ ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ୍, ଭଞ୍ଜଦୁତ ଖବର
