*ମାନସିକ ଅନଗ୍ରସର ମହିଳା ର ଏକ ମାସ ଚିକିତ୍ସା ପରେ ମୁହଁ ରେ ଏକ ହସ ର ଝଲକ, ହସ ଫୁଟାଇବା ପଛରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନଭନିତା ଦାସ**
ନୂଆପଡା (ମିଖାଏଲ ନନ୍ଦ)
ଖଡିଆଳ ବ୍ଲକ ଛକ ଠାରୁ ଉଦ୍ଧାର ମାନସିକ ଅନଗ୍ରସର ମହିଳା, ଉଦ୍ଧାର ର ଏକ ମାସ ଚିକିତ୍ସା ପରେ ମୁହଁ ରେ ଏକ ହସ ର ଝଲକ ଦେଖାଦେଇଛି। ହସ ଫୁଟାଇବା ପଛରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନଭନିତା ଦାସ ଙ୍କ ନିଶ୍ୱାର୍ଥ ସେବା, ଆତ୍ମିୟତା ଭାବରେ ମାନସିକ ରୋଗୀ ଆରୋଗ୍ୟ ପଥରେ। ଉଦ୍ଧାର ସମୟର ଦୃଶ୍ୟ କୁ ଦେଖିଲେ ସମସ୍ତେ ନାକ ଟେକି ପଛ ଘୁଂଚା ଦେଇଥିଲେ। ନାଁ ପାଖରେ ଥିଲେ ବନ୍ଧୁ, ସମ୍ପର୍କୀୟ, ପରିଜନ, ଏକାକୀ ନଭନିତା ଦାସ ଆଗେଇ ଆସି ତା ମୁଣ୍ଡ ରୁ କ୍ଷତ ସ୍ଥାନ ରୁ ଓଦା କାନରେ ପୋଛି ଚାଲିଥିଲେ। ଅସଂଖ୍ୟ ପୋକ, ବାହାରିଥିଲା। ବାରମ୍ବାର ସେ ତାକୁ ଚିକିତ୍ସା କରି ତା ପାଇଁ ନିଜେ ଖାଉଥିବା ଶାଗ ଏବଂ ଖାଦ୍ୟ କୁ ଦେଉଥିଲେ। ଚିକିତ୍ସା ସାଙ୍ଗକୁ ସେବା ର ଭାବ ପାଇ ଆଜି ମାସ କ ମଧ୍ୟରେ ନିଜ ଆରୋଗ୍ୟ ପଥ ରେ ଅଗ୍ରସର ହେଉଅଛି। ମୁହଁରେ ହସ ଫୁଟାଇବା ପ୍ରଚେଷ୍ଟା ସତରେ ସେବାର ଏକ ଉଲ୍ଲେଖନୀୟ ଅବଦାନ ଅଟେ। ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ମନ ତାତ୍ଵବିକ ବିଶେଷଜ୍ଞ ନଥିବା ନେଇ ମାନସିକ ରୋଗ ର ଚିକିତ୍ସା ବାଧା ସୃଷ୍ଟି ହେଉଅଛି। ତେଣୁ କଟକ ବଡ ମେଡିକାଲ ରେ ଚିକିତ୍ସା ପାଇଁ ଅନୁରୋଧ କରାଯାଉଥିବା ଜଣାପଡିଛି।
