ମହରମ ପର୍ବ ପାଇଁ ସୋର ଥାନା ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ଆଜି ସନ୍ଧ୍ୟାରେ ସୋର ଥାନା ପରିସରରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର,ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାସ,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ, ଭାରପ୍ରାପ୍ତ ତହସିଲଦାର କୃଷ୍ଣ ମୋହନ ସିଂହ , ଅତିରିକ୍ତ ତହସିଲଦାର ସଞ୍ଜିବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଗାମୀ ୨୬ ଏବଂ ୨୭ ତାରିଖରେ ମହରମ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳନ ପାଇଁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସେକ ରେହେମାନ, ମହେନ୍ଦ୍ର ପାତ୍ର, ଈଶ୍ୱର ବେହେରା, କାଁହୁ ଚାରଣ ବେହେରା ପ୍ରହଲ୍ଲାଦ ସାହୁ, ବଙ୍କେଶ ବେହେରା, ସାହେବ ଖାନ କାଦ୍ରୀ,ସେକ ସୁଲତାନ, ନେତ୍ରାନନ୍ଦ ରାଉତ , ମନୀଷ ଗୁପ୍ତା ପ୍ରମୁଖଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସଭାପରିଚାଳନା କରିଥିବା ବେଳେ ସୋର ଥାନା ଭାରପ୍ରାପ୍ତ ଥାନାଧିକାରୀ ଦେବରାଜ ଜେନାଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
