ମା ପାଇଁ ଗଛଟିଏ, ଗଛ ପାଇଁ ରାକ୍ଷୀଟିଏ।
ରେଢ଼ାଖୋଲ ୩୧.୮(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ମମତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମା ପାଇଁ ଗଛଟିଏ, ଗଛ ପାଇଁ ରାକ୍ଷୀଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା ମହୋଦୟା ବଉଳ, ଚନ୍ଦନ ବୃକ୍ଷରେ ରାକ୍ଷୀ ବାନ୍ଧି ଶୁଭାରମ୍ଭ କରିଥିଲେ। ତତ୍ ପରେ ଇକୋ କ୍ଳବ୍ ଅଫିସର ଅଧ୍ୟାପିକା ବବିତା ପ୍ରଧାନ ଅଶୋକ, ଚନ୍ଦନ ବୃକ୍ଷରେ ରକ୍ଷାବନ୍ଧନ ସୂତ୍ରରେ ବାନ୍ଧିଥିଲେ। ବୃକ୍ଷଲତା ଆମର ବନ୍ଧୁ ଏହାର ସୁରକ୍ଷା ଦାୟିତ୍ବ ତଥା କର୍ତ୍ତବ୍ୟ ସଂପର୍କରେ ସଚେତନତା ବାର୍ତ୍ତା ଦେବା ସହ ଅମ୍ଳଜାନ ବିପୁଳ ଆବଶ୍ୟକ ତଥା ଓଜୋନ ସ୍ତରର ପ୍ରଭାବ ସଂପର୍କରେ ଅଧ୍ୟକ୍ଷା ମହୋଦୟା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରାଣୀ ଜଗତ , ଉଦ୍ଭିଦ ଜଗତ ମଧ୍ୟରେ ଓତଃ ପ୍ରୋତ ସଂପର୍କ କୁ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନରେ ଥିବା ବଉଳ,ନିମ୍ବ, ଅଶୋକ, ଚନ୍ଦନ,କଦମ୍ବ,ଡାଳିମ୍ବ, ଦେବେଦାରୁ, ବେଲ,କାଞ୍ଚନ, ଆଜି ଅନ୍ୟାନ୍ୟ ଉପକାରୀ ବୃକ୍ଷକୁ ରକ୍ଷାବନ୍ଧନ ଡୋରିରେ ବନ୍ଧାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରୀମାନେ ସହଯୋଗ କରିଥିଲେ।
