*ଉମରକୋଟ ଅଧିକାରୀଗୁଡା ଠାରେ ନୂତନ ଡେଣ୍ଟାଲ କ୍ଲିନିକ ଓ ମେଡିକାଲ ଷ୍ଟୋର ଶୁଭ ଉଦଘାଟିତ* |
—————–
ନବରଙ୍ଗପୁର ( ପରଦେଶୀ ଶଗରିଆ )-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଦର ମହକୁମା ସ୍ଥିତ ଅଧିକାରୀଗୁଡା ପେଟ୍ରୋଲ ପମ୍ପ ସାମ୍ନାରେ ଆଜି ଏକ ନୂତନ ଡେଣ୍ଟାଲ କ୍ଲିନିକ(ପ୍ରଣବ ଡେଣ୍ଟାଲ କ୍ଲିନିକ) ସାଙ୍ଗକୁ ପ୍ରଣୟ ମେଡିକାଲ ଷ୍ଟୋର ନାମକ ଏକ ମେଡିକାଲ ଷ୍ଟୋରର ଶୁଭ ଉଦ୍ଘାଟନ ହୋଇଯାଇଛି | ଏହି ଉଦଘାଟନି ଉତ୍ସବରେ ଯୋଗଦେଇ ଗାଇନାକୋଲୋଜିଷ୍ଟ ଡ଼କ୍ଟର ଅଭୟ ଦେ ଡେଣ୍ଟାଲ କ୍ଲିନିକ ଫିତା କାଟି ଶୁଭ ଉଦ୍ଘାଟନ କରିବା ସହିତ ଡକ୍ଟର ପରିତୋଷ ମହଲଦାର ଓ ସୁବୋଧ ସାରକାର ମେଡିକାଲ ଷ୍ଟୋର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ | ଅଞ୍ଚଳବାସୀ ଏହି କ୍ଲିନିକ ହେବା ଫଳରେ ଅଞ୍ଚଳବାସୀ ବେସ ଉପକୃତ ହେବେ ବୋଲି ମତ ବ୍ୟକ୍ତ କରିଛନ୍ତି|ଉମରକୋଟ ବ୍ଳକ ସଦର ମହକୁମାର ଅଧିକାରୀଗୁଡାରେ ପୂର୍ବରୁ ଡକ୍ଟର ପରିତୋଷ ମହଲଦାର ଡେଣ୍ଟାଲ କ୍ଲିନିକରେ ରୋଗୀଙ୍କ ଦାନ୍ତ ଚିକିତ୍ସା ୩୦ବର୍ଷ ରୁ ଉର୍ଦ୍ଧ ପ୍ରାକ୍ଟିକ୍ସ କରୁଥିଲା ବେଳେ ଡକ୍ଟର ପରିତୋଷ ର ବଡ଼ ପୁଅ ଡକ୍ଟର ପ୍ରଣବ ମହଲଦାର (BDS)କର୍ସ ସାରିଲାପରେ ଡେଣ୍ଟାଲ କ୍ଲିନିକ ସହ ଡକ୍ଟର ପରିତୋଷ ମହଲଦାର ଙ୍କ ଛୋଟ ପୁଅ ପ୍ରଣୟ ମହଲଦାର ଙ୍କ ପାଇଁ ମେଡିକାଲ ଷ୍ଟୋର ଶୁଭ ଉଦ୍ଘାଟନ ହୋଇଯାଇଛି | ଏହି ପ୍ରଣବ ଡେଣ୍ଟାଲ କ୍ଲିନିକ ହେବା ଦ୍ୱାରା ଉମରକୋଟ, ଝରୀଗାଁ, ପାପଡାହାଣ୍ଡି, ଡାବୁଗାଁ, ରାଇଘର ଏବଂ ଚନ୍ଦାହାଣ୍ଡି ବ୍ଳକର ଦାନ୍ତରୋଗୀ ଅନେକ ସୁବିଧାର ସମ୍ମୁଖୀନ ହେଉ ବଳି ଫଳରେ ଉପରୋକ୍ତ ଛଅ ଗୋଟି ବ୍ଳକର ଜନସାଧାରଣ ହାତ ପାହାନ୍ତରେ ଦାନ୍ତ ଚିକିତ୍ସା କରେଇ ଉପକୃତ ହୋଇପାରିବେ ବୋଲି କ୍ଲିନିକର ଡାକ୍ତର ଡ଼କ୍ଟର ପରିତୋଷ ମହଲଦାର ଓ ଡକ୍ଟର ପ୍ରଣବ ମହଲଦାର ନିଜ ବକ୍ତବ୍ୟରେ କହିଛନ୍ତି |ପ୍ରକାଶ ଥାଉକି ଡ଼କ୍ଟର ପରିତୋଷ ମହଲଦାର ବଡ଼ ପୁଅ ଡକ୍ଟର ପ୍ରଣବ ମହଲଦାର ଡେଣ୍ଟାଲ କ୍ଲିନିକରେ ରୋଗୀଙ୍କ ଦାନ୍ତ ଚିକିତ୍ସା କରିବେ ଓ ଛୋଟ ପୁଅ ପ୍ରଣୟ ମହଲଦାର ମେଡିକାଲ ଷ୍ଟୋର ସମ୍ଭାଳିବା ନେଇ ସୂଚନା ମିଳିଛି |
